ଭାରସାମ୍ୟ ହରାଇ ୨୫୦ ମିଟର ତଳକୁ ଖସିଲା ବସ; ୩୦ ମୃତ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । କିସ୍ତଓ୍ବାଡା ରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ବସ୍ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍‌ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଛି । ଘଟଣାରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ଖବରପାଇ ଘଟଣାସ୍ଥଳରେ ପୋଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାରେ ଅନ୍ୟ ଆହତ ଯାତ୍ରୀଙ୍କୁ ବସ ଭିତରୁ ବାହାର କରି ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ତେବେ ଏଥିମଧ୍ୟରୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି ।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଓ ଆହାତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.