ସାନ୍ଦୁଲ ନଦୀରେ ସେତୁ ନିର୍ମାଣ ପାଇଁ ଶୁଭ ଦେଲେ ଲାଞ୍ଜିଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର କିଡ଼ିଙ୍ଗ ଛକରୁ ମାଡ଼ିବନ୍ଧା ଦେଇ ମାହେଶ୍ବରୀପୁରକୁ ରାସ୍ତା ଓ ସାନ୍ଦୁଲ ନଦୀରେ ସେତୁ ନିର୍ମାଣର ଶୁଭ ଦେଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ।  ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏନେଇ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ବିଧାୟକ ଶ୍ରୀ ଦିଶାରୀ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାଝୀଙ୍କ ସହ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର, ସମିତିସଭ୍ୟା ମୁକ୍ତା ଭୋଇ, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ବିଜେଡି ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ଜିଲ୍ଲା ସମ୍ପାଦକ ଜଗଦୀଶ ବେନିଆଁ, ପାତ୍ର ମାଝୀ, ବ୍ଲକ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ହରିଶଙ୍କର ପାତ୍ର, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ର ପେସନିଆ, ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସମିତି ସଭ୍ୟ ସରୋଜ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କିଡ଼ିଙ୍ଗ, ମାଡ଼ିବନ୍ଧା, ମାହେଶ୍ବରୀପୁର ଅଞ୍ଚଳର ବହୁ ସଂଖ୍ୟକ ପୁରୁଷ ମହିଳା ଯୋଗ ଦେଇଥିଲେ। ତେବେ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ଏହି ରାସ୍ତା ଓ ସେତୁ ନିର୍ମାଣ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.