୨୦୨୩ କଳା ଉତ୍ସବରେ ଅନୁଷ୍କା ଦାସ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତର ପାଇଁ ମନୋନୀତ

ଶ୍ରେୟ ଦେଲେ ବାପା ମାଆ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମର ହାଇସ୍କୁଲ ଶିକ୍ଷକ ସଞ୍ଜୟ ଦାସ ଓ ଦୀପ୍ତିଶିଳା ଶତପଥି ଙ୍କ କନ୍ୟା ଅନୁଷ୍କା ଦାସ ୨୦୨୩ କଳା ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତର ପ୍ରତିଯୋଗୀତା ଦୀଲ୍ଲୀ ଯିବାପାଇଁ ମନୋନୀତ ହୋଇଛନ୍ତି । ଅନୁଷ୍କା ଦାସ ଭବାନୀପାଟଣା ସ୍ଥିତ ପ୍ରଗତି କନସେପ୍ଟ ସ୍କୁଲର ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରୀ ଅଟନ୍ତି । ଅନୁଷ୍କା ଚଳିତ ବର୍ଷ ୨୦୨୩ କଳା ଉତ୍ସଵ ରେ ବ୍ଲକ, ଯୋନ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ । ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଭବାନୀପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା। ସେହିଭଳି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ବିଏମ ହାଇସ୍କୁଲ ଭବାନୀପାଟଣା ଓ ଯୋନ ସ୍ତରୀୟ ପ୍ରତିଯୋଗୀତା ବଲାଙ୍ଗୀର ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଭୁବନେଶ୍ବର ୟୁନିଟ ୬ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କଳା ଉତ୍ସଵ instrumental melody ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ନୂଆ ଦିଲ୍ଲୀ ରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଏହି ସଫଳତାରେ ଭାନପୁର ଓ ନର୍ଲା ଅଂଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ସେ ପଢ଼ୁଥିବା ପ୍ରଗତି ଇନଷ୍ଟିଚ୍ୟୁଟ ଭବାନୀପାଟଣାର ଅଧ୍ୟକ୍ଷ ଅଜୟ ପଣ୍ଡା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସୁଶ୍ରୀ ଦାସଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ସୁଶ୍ରୀ ଦାସ ତାଙ୍କର ସଫଳତାର ଶ୍ରେୟ ବାପା ମା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.