ସହିଦ ଈଶ୍ବର ଦୋରାଙ୍କ ବିୟୋଗରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଶୋକସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ବୀରପୁତ୍ର ତଥା ସୀମା ସୁରକ୍ଷା ବଳରେ ନିୟୋଜିତ ଥିବା ସ୍ବର୍ଗତ ଈଶ୍ବର ଚନ୍ଦ୍ର ଦୋରା ଗତକାଲି ତ୍ରିପୁରାର ଅଗରତଳା ଠାରେ ସହିଦ ହୋଇଯାଇଛନ୍ତି। ସେହି ଉପଲକ୍ଷେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଠାରେ ଆଜି ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସଂଘର ସମସ୍ତ ସଭ୍ୟ ଏବଂ ଖେଳାଳିମାନେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞ୍ୟାପନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାର ପାଇଁ ସମବେଦନା ଜଣାଇଥିଲେ। ଏହି ଶୋକସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତି ଅରୁଣ ରଥ, ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର, ସାଇ କୁମାର ସିଂହ ସାମନ୍ତ, ଅରୁଣ କୁମାର ସାହୁ, ନରେଶ ସୁନାନୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ କୋସାଧ୍ୟକ୍ଷ ସରୋଜ ମହାରଣା ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.