ଚପଟଖଣ୍ଡାବାସୀ ପାନୀୟ ଜଳ ଲାଗି ହନ୍ତସନ୍ତ

ଏକମାତ୍ର ନଳକୂଅରୁ ବାହାରୁନି ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଚାପଟଖଣ୍ଡା ବାସୀ ପିଇବା ପାଣି ମୁଂଦିକ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ହର ଘର ଜଲ ଯୋଜନା ଏହି ଗାଁ ପାଇଁ ସାତ ସପନ ପାଲଟି ଥିବା ବେଳେ ଗାଁ ଲୋକଙ୍କ ପାନୀୟ ଜଳର ଭରଷା ସାଜିଥିବା ଏକମାତ୍ର ନାଳକୂଅ ଦୀର୍ଘ ଦୀନରୁ ଫେଲ ମାରି ଅକାମୀ ସାଜିଛି । ନାଳକୂଅରୁ ବିଲକୁଲ ବି ପାଣି ବାହାରୁନି ।ଗାଁର ମହିଳା ମାନେ ହାତୀ ଆତଙ୍କ ଯୋଗୁଁ ଅନ୍ୟ ଗାଁକୁ ଯାଇ ପାରୁନାହାନ୍ତି ପାଣି ଆଣିବା ପାଇଁ । ବିଭାଗୀୟ ଅଧିକାରୀ ଓ ଶେଷରେ ବିଡ଼ିଓଙ୍କୁ ମଧ୍ୟ ଲିଖିତ ଜଣାଇ ଥକି ପଡିଥିବା କହୁଛନ୍ତି । ଏଣୁ ଶେଷରେ ଗାଁ ର ମହିଳା ମାନେ ଭିଡିଓ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଗ୍ରାମର ଯୁବକ ମାନଙ୍କ ଠାରୁ ସୂଚନା ମିଳିଛି । ଯଦି ଏହାର ତୁରନ୍ତ ସମାଧାନ କରାନଗଲେ ବ୍ଲକ ଅଫିସରେ ଆସି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏବିଷୟରେ ଆରଡବ୍ଲୁଏସଏସ ବିଭାଗ ନର୍ଲା ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀଙ୍କୁ ପଚାରିବାରୁ ଆମ ଷ୍ଟାଫ ଯାଇ କଣ ହେଇଛି ନଳକୂଅ ଦେଖି ଏହାର ସମାଧାନ ଖୁବ ଶୀଘ୍ର କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.