ଏଲୋପାଥି ଔଷଧକୁ ବଦନାମ କରି ପତଞ୍ଜଳି ବିଜ୍ଞାପନ କରୁଛି, ଚେତାବନୀ ଦେଲେ ସୁପ୍ରିମକୋର୍ଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏଲୋପାଥି ଔଷଧକୁ ଟାର୍ଗେଟ କରି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ ନକରିବା ପାଇଁ ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଚେତାବନୀ ଦେଇଛନ୍ତି। ଅଦାଲତ କମ୍ପାନୀକୁ ଏଭଳି ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚେତାବନୀ ଦେଇ କହିଛନ୍ତି ଯେ ପତଞ୍ଜଳିର ଉତ୍ପାଦଗୁଡ଼ିକର କେତେ ରୋଗକୁ “ଆରୋଗ୍ୟ” କରିବାର କ୍ଷମତା ରଖିଛି ବୋଲି ଯେଉଁ ଦାବି କରାଯାଉଛି ସେଥିପାଇଁ ୧ କୋଟି ଟଙ୍କା ଜରିମାନା ହୋଇପାରେ। ପତଞ୍ଜଳିର ବିଜ୍ଞାପନରେ ଏଲୋପାଥି ଔଷଧକୁ ଅବମାନନା କରାଯିବା ସହ କେତେକ ରୋଗ ଭଲ କରିବା ନେଇ ମିଥ୍ୟା ଦାବି କରାଯାଉଥିବା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ କରାଯାଇଥିବା ଆବେଦନର ଜବାବରେ ଏପରି ଏକ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଆଇଏମ୍ଏ ଆହୁରି ଯୁକ୍ତି ଦର୍ଶାଇଛି ଯେ ପତଞ୍ଜଳିର ଦାବି ଅପ୍ରମାଣିତ ଏବଂ ଏହା ସିଧାସଳଖ ଡ୍ରଗ୍ସ ଆଣ୍ଡ୍ ଅଦର୍ ମ୍ୟାଜିକ ରିମେଡିଜ୍ ଆକ୍ଟ, ୧୯୫୪ ଏବଂ ଖାଉଟି ସୁରକ୍ଷା ଆଇନ, ୨୦୧୯ ଭଳି ଆଇନର ଉଲ୍ଲଙ୍ଘନ କରୁଛି। ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଓ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଖଣ୍ଡପୀଠ ପତଞ୍ଜଳିର ବିଜ୍ଞାପନକୁ ବିଭ୍ରାନ୍ତିକର ଓ ନିନ୍ଦନୀୟ ବୋଲି ଦର୍ଶାଇବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ୨୦୨୪ ଫେବ୍ରୁଆରି ୫ ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ପତଞ୍ଜଳି ଆୟୁର୍ବେଦ ଓ ଆଇଏମ୍ଏ ମଧ୍ୟରେ ଚାଲିଥିବା ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ପତଞ୍ଜଳି ଏହାର ଉତ୍ପାଦକୁ ନେଇ ଯେଉଁ ଦାବି କରୁଛି ତାହା ବିଜ୍ଞାନ ଦ୍ୱାରା ପ୍ରମାଣିତ ନୁହେଁ ଓ ବିଭ୍ରାନ୍ତିକର ବୋଲି ଆଇଏମଏ ପକ୍ଷରୁ ସମାଲୋଚନା କରାଯାଇଛି। ଅନ୍ୟପଟେ ପତଞ୍ଜଳି ଏହାର ଉତ୍ପାଦକୁ ନେଇ ଦାବି କରିଛି ଯେ ଏହା ପ୍ରାଚୀନ ଆୟୁର୍ବେଦିକ ନୀତି ଉପରେ ଆଧାରିତ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.