ସେମେଲିଆନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚିଚିଆଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ: ସେମେଲିଆନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚିଚିଆ ଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା କ୍ୟାପଟେନ ଭବାନୀଶଙ୍କର ପଣ୍ଡା ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ତଥା ଯୁବ ରେଡ଼କ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ଯୋଗଦେଇ ରେଡ଼କ୍ରସର ଇତିହାସ ଓ ବିକାଶ, ମୌଳିକ, ନୀତି, ଚି଼ହ୍ନ, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ତ୍ୱ ଓ ସମାଜ ଗଠନରେ ଯୁବ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପୃଥିରାଜ ପ୍ରଧାନ, ଅଧ୍ୟାପକ ସୁରେନ୍ଦ୍ର କୁମାର ଭୋଇ ମଞ୍ଚାସିନ ହୋଇଥିଲେ l ଏହି ଅବସରରେ ଅତିଥିମାନେ ସ୍ବେଛାସେବୀ ଛାତ୍ରଛାତ୍ରୀଙ୍କୁ ଯୁବ ରେଡ଼କ୍ରସର ଶପଥ ପାଠ କରାଇ  କହିଥିଲେ ଯୁବରେଡକ୍ରସ ସାମାଜିକ ସେବା କରିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ l ଅଧ୍ୟାପକ ତଥା ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଡ. ନୃସିଂହାନନ୍ଦ ସାସମଲ ଅତିଥି ପରିଚୟ ଦେଇ ମଞ୍ଚ ପରିଚାଳନା କରିଥିଲେ l  ଅଧ୍ୟାପକ ସୁରେନ୍ଦ୍ର କୁମାର ଭୋଇ  ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସୁଜନ ଅଘରିଆ, ସୁଦର୍ଶନ ଚୌଧୁରୀ, ଯତିନ୍ଦ୍ର କୁମାର ମୁଣ୍ଡ, ଜନ୍ମେଜୟ ରାଉତ, ସୁବାସ ପଣ୍ଡା, ପ୍ରମୋଦ ଗୁରୁ ସମେତ ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ  ସମସ୍ତ କର୍ମଚାରୀ  ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.