ରାଜ୍ୟରେ ସରପଞ୍ଚମାନଙ୍କୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର -ରାଜ୍ୟ ସରପଞ୍ଚ ମହାସଂଘ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଜି ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସ୍କା ବ୍ଳକର ବାଲିସିରା ଶିବ ମନ୍ଦିର ପରିସରରେ ଦକ୍ଷିଣାଞ୍ଚଳ ଜୋନ୍ ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ପକ୍ଷରୁ ପୋଲିସ ଲଗାଇ ଜୋରଜବରଦସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରାଗଲା। ତେଣୁ ଏହାକୁ ରାଜ୍ୟ ସରପଞ୍ଚ ମହାସଂଘ ତୀବ୍ର ନିନ୍ଦା କରିଛି। ତେଣୁ ଏହାର ପ୍ରତିବାଦରେ ଆଗାମୀ ଦିନରେ ସମସ୍ତ ବ୍ଳକର ବିଡ଼ିଓଙ୍କ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସରକାରଙ୍କୁ ଏହାର ଉଚିତ ଜବାବ ଦିଆଯିବ। ଗତ କିଛି ଦିନ ତଳେ ବିଧାନସଭା ସମ୍ମୁଖରେ ୨୨ଦିନ ଧରି ବିଭିନ୍ନ ଦାବି ନେଇ ମହାସଂଘ ପକ୍ଷରୁ ଗଣଧାରଣା ଦିଆଯାଇଥିଲେ ହେଁ କୋୖଣସି ସରକାର କିମ୍ବା ଶାସକ ଦଳର ମନ୍ତ୍ରୀ କି ବିଧାୟକ ଆଲୋଚନା ପାଇଁ ଘଟଣାସ୍ଥଳକୁ ଆସିଲେ ନାହଁ। ସରକାର ତଳ ସ୍ତରର ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରୁଛନ୍ତି। ଆଗାମୀ ନିର୍ବାଚନ ରେ ଏହାର ପ୍ରଭାବ ନିଶ୍ଚୟ ପଡିବ।ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦିଆଯିବ ବୋଲି କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ପଞ୍ଚାୟତ ସଭାଗୃହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରପଞ୍ଚ ମହାସଂଘ ସଭାପତି ରୋମାଞ୍ଚ ସାହୁ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରପଞ୍ଚ ମହାସଂଘ ରାଜ୍ୟ କମିଟି ସଦସ୍ୟ ଅନନ୍ତରାମ ମାଝୀ, ବୀଣାପାଣି ସାହୁ, ରାଜ୍ୟ ସୋସିଆଲ ମିଡ଼ିଆ ସଂପାଦକ ରାହୁଲ ସାହୁ,ଅଲାତରା ସରପଞ୍ଚ ସଂସ୍ମିତା ନାଗ, ଡୁଡୁକାରଞ୍ଜା ସରପଞ୍ଚ ସୂର୍ଯ୍ୟମଣି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.