ରାୟଗଡ଼ରେ ପହଞ୍ଚିଲା ଅଯୋଧ୍ୟାର ପବିତ୍ର ଅକ୍ଷତ କଳସ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ ଅଯୋଧ୍ୟା ଠାରେ ଅକ୍ଷତ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୁଜାରେ ବିଶ୍ୱହିନ୍ଦୁ ପରିଷଦର ୪୫ଟି ପ୍ରାନ୍ତର ପ୍ରତିନିଧି ମାନେ ଯୋଗ ଦେଇଥିଲେ ଏବଂ ପୂଜା ହୋଇଥିବା କଳସ ଗୁଡିକୁ ନିଜ ନିଜ ପ୍ରାନ୍ତକୁ ନେଇଛନ୍ତି। ଏହି କ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଅକ୍ଷତ ଶୁଭ କଳସ ସମ୍ବଲପୁରରେ ଆସି ପହଂଚିବା ପରେ ୨୬/୧୧/୨୩ ତାରିଖ ଦିନ ପୂଜାର୍ଚ୍ଚନା କରିସାରିଲା ପରେ ପ୍ରତ୍ୟେକ ଜିଲ୍ଲା କୁ ଏହି ପବିତ୍ର ଅକ୍ଷତ କଳସ ପଠାଯାଇଥିଲା। ତେବେ ରାୟଗଡ଼ ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁଥିବା ଶ୍ୟାମ କୁମାର ଦାଶ ଏବଂ ଅଶୋକ କୁମାର ମହାରଣା ଏହି ପବିତ୍ର ଅକ୍ଷତ କଳସକୁ ନେଇ ରାୟଗଡ଼ ରେଳ ଷ୍ଟେସନ୍ ଠାରେ ପହଞ୍ଚିଥିଲେ। ପରେ ବିଶ୍ୱ ହିନ୍ଦୁ ପରିଷଦ ରାୟଗଡ଼ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ମାନେ ଗୈରିକ ଧ୍ୱଜା, ଘଣ୍ଟ, ଶଙ୍ଖ, ବାଦ୍ୟରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ସ୍ଥାନୀୟ ରାଣୀଗୁଡା ସ୍ଥିତ ମା ମଙ୍ଗଳା ମନ୍ଦିର କୁ ପାଛୋଟି ନେଇଥିଲେ। ସେଠାରେ ଜନସାଧରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଅକ୍ଷତ କଳସ ପୂଜାର୍ଚ୍ଚନା କରାଯିବା ସହ ହନୁମାନ ଚାଳିଶା ପଠନ ଏବଂ ସଂକ୍ରିତନ୍ ର ବ୍ୟବସ୍ଥା ହୋଇଛି। ପରେ ପବିତ୍ର ଅକ୍ଷତ ପ୍ରତ୍ୟେକ ବ୍ଲକ୍ କୁ ପଠାଯିବାର କାର୍ଯ୍ୟକ୍ରମ ଅଛି ଳ ଆସନ୍ତା ଜାନୁଆରୀ ମାସ ୧ ରୁ ୧୫ ତାରିଖ ମଧ୍ୟରେ ସମଗ୍ର ଭାରତରେ ପ୍ରତ୍ୟେକ ଘରକୁ ଏହି ପୁଜା ପାଉଥିବା ଅକ୍ଷତ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ନିମନ୍ତ୍ରଣ କରାଯିବାର ଯୋଜନା କରାଯାଇଛି। ଏହି କ୍ରମରେ ରାୟଗଡ଼ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୁଭ କଳସ ସ୍ବାଗତ ସମୟରେ ଯୋଗୀଶ୍ରୀ ଚୈତନ୍ୟ ରାମଜୀ, ରାଜେନ୍ଦ୍ର ସାହୁ,ଶଙ୍କର ପ୍ରଧାନ,ଗୌରହରି ନାୟକ ଯୋଗେଶ୍ୱର ଦାସ, ପ୍ରଭାତ ମହାପାତ୍ର, ମୁରଲୀ ଧର ବେହେରା,ବିଜୟ ଚୌଧୁରୀ, ବସନ୍ତ କୁମାର ଉଲ୍ଲାକା,ବିଦ୍ୟା ଭୂଷଣ ପଣ୍ଡା, ଏମ୍. ବିଦ୍ୟା ସାଗର,ମଞ୍ଜୁଳା ମିନିଆକା, ଜୟନ୍ତୀ ପଦ୍ମାଳୟା ସାହୁ, ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.