କଳାହାଣ୍ଡି ଜିଲ୍ଲା ବିଜେଡି ଯୁବ ଓ ଛାତ୍ର କର୍ମଶାଳା: ‘ନବୀନ ଓଡ଼ିଶା’ର ସାରଥୀ ହେବାକୁ ଆହ୍ବାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ଟାଉନହଲ ଠାରେ ଏକ କର୍ମଶାଳା ତଥା ‘ମୁଁ ବି ହେବାକୁ ଚାହେଁ ନବୀନ ଓଡ଼ିଶାର ସାରଥୀ’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିକାଶରେ ସମସ୍ତେ ଯୁବ ଛାତ୍ର କର୍ମକର୍ତ୍ତା ଅଗ୍ରଣୀ ଭୂମିକା ନେବାସହ ନୂତନ ଓଡ଼ିଶା ଗଠନ ଦିଗରେ ସହାୟକ ହେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ପରିଚାଳନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ନବୀନ ଓଡ଼ିଶାର ସାରଥୀ ହେବାପାଇଁ ଆହ୍ବାନ ଦେଇଥିଲେ। ମଞ୍ଚାସିନ ଅତିଥି ଭାବରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ ବିଧାୟକ ମହୌଷଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବୈକୁଣ୍ଠ ନାୟକ, ଧୁତି ମାର୍ଥା, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ଉପସଭାପତି ଅଭିଷେକ ମହାପାତ୍ର, ପ୍ରଦୋଷ ପରିଡା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅବିନାଶ ପ୍ରଧାନ, ତାରିଣୀ ପ୍ରସାଦ ନାୟକ, ରବି ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ନୂଆପଡା ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମିତ ସିଂହଦେଓ, ଜୋନ ସଭାପତି ଚିରାଗ ସିଂହ ଦେଓ, ଛାତ୍ର ରାଜ୍ୟ ସମ୍ପାଦକ ଅଭିଷେକ ଜଗତ, ସୁମନ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଆଗାମୀ ଦିନରେ ଯୁବ ଓ ଛାତ୍ର ବିଜେଡି ତରଫରୁ ନୂଆ ଭୋଟର ପଞ୍ଜିକରଣ ସହିତ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରାଯିବ ନେଇ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମସ୍ତ ବ୍ଳକ ସଭାପତି, ଜିଲ୍ଲା ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.