ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟର ଯୁବ-ସମାଜଙ୍କ ମଧ୍ୟରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବ ଶକ୍ତିକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଜଣେ ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଦ୍ୟମ ଆରମ୍ଭ ହେଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରୀୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାଧ୍ୟାପକ ସରୋଜ କାନ୍ତ ରଥଙ୍କ ସଭାପତିତ୍ବରେ ଉଦଘାଟିତ ହୋଇ ଯାଇଛି। ସାଂସ୍କୃତିକ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତିର ଅସ୍ମିତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଆଗାମୀ ଦିନ ମାନଙ୍କରେ ତର୍କ, କ୍ଷୁଦ୍ରଗଳ୍ପ, କବିତା, ଚିତ୍ରାଙ୍କନ, ବ୍ୟଙ୍ଗଚିତ୍ର, ଗୀତ, ନୃତ୍ୟ, ଲୋକ ନାଟକ, ଝୋଟି, ରଙ୍ଗୋଲି ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆଦି ଆୟୋଜନ କରା ଯିବାର ଯୋଜନା ରହିଛି। ନୂଆ ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରବୀର କୁମାର ରାୟ, ପ୍ରତାପ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ମିଶ୍ର, ଯଯାତି କେଶରୀ ରାଉତ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା, ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ, ସନ୍ଦୀପ କାନୁନଗୋ, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ, ପ୍ରସନ୍ନ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସ୍ବାଇଁ, ପ୍ରମୋଦ ମହାନ୍ତି, ବୈକୁଣ୍ଠ ପଟେଲଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.