ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟ: +୨ ବିଜ୍ଞାନ ଧନ୍ଦାମୂଳକ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ଚାଲିଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସୁରେଶ ଚନ୍ଦ୍ର ବାଗଙ୍କ ତତ୍ତ୍ୱବଧାନରେ କଲେଜ ଖେଳ ପଡିଆ ଠାରେ ଆୟୋଜିତ ଏହି ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ +୨ କଳା ବିଭାଗ ଓ +୨ ବିଜ୍ଞାନ ଧନ୍ଦାମୂଳକ ବିଭାଗ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଜ୍ଞାନ ଧନ୍ଦାମୂଳକ ବିଭାଗ ଟସ ଜିଣି ନିର୍ଦ୍ଧାରିତ ୫ ଓଭରରେ ୨ ଉଇକେଟ ହରାଇ ୩୭ ରନ ସଂଗ୍ରହ କରିଥିବା ବେଳେ ଜବାବରେ +୨ କଳା ବିଭାଗ ୫ ଉଇକେଟ ହରାଇ ୩୪ ରନ କରି ପରାଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବରେ କଲେଜ ପ୍ରଧ୍ୟାପକ ଡିଲେଶ୍ୱର ଭୋଇ ଯୋଗଦାନ କରି ଉଭୟ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ରାଜ କୁମାର ବଗର୍ତି, ଘନଶ୍ୟାମ ମାଝୀ, ଭୁବାନୀ ବାରିକ, ହିମାଂଶୁ ବିଶ୍ୱାଲ, ଆଶିଷ ଦର୍ଜୀ ଓ ଲକ୍ଷ୍ମୀକାନ୍ତ ପୋଢ଼ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.