ଜଟଗଡ଼ ଜିପିରେ ଆବାସ ଦୁର୍ନୀତି ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ଗ୍ରାମପଞ୍ଚାୟତରେ ଆବାସ ଦୁର୍ନୀତି ହୋଇଥିବା ଲିଖିତ ଭାବେ କୋମନା ବିଡ଼ିଓଙ୍କ ଠାରେ ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ବିପିଏଲ କାର୍ଡଧାରୀ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ଘର ନିର୍ମାଣ ବାବଦକୁ ସହାୟତା ରାଶି ପ୍ରଦାନ କରାଯାଉଛି। ତେବେ ଏ ନେଇ ବ୍ଲକ ଅଧିକାରୀ ବା ପଂଚାୟତ ଅଧିକାରୀ ସର୍ଭେ କରି ଉଚିତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବା କଥା। ହେଲେ ଜଟଗଡ଼ ପଂଚାୟତରେ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା ଯୋଗ୍ୟ ହିତାଧିକାରୀ ଆବାସ ଘର ଯୋଜନା ସ୍ବପ୍ନ ହୋଇ ରହିଯାଇଥିବା ବେଳେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଘର ପ୍ରଦାନ କରାଯାଇଛି। ଯେଉଁସବୁ ଯୋଗ୍ୟ ହିତାଧିକାରୀଙ୍କର ନାଁ ଲିଷ୍ଟରୁ ବାହାର କରିଦିଆ ଯାଇଛି ସେମାନଙ୍କ କୁଡ଼ିଆ ଘର ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଜଟଗଡ଼ ଗ୍ରାମବାସୀ କୋମନା ବିଡ଼ିଓଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି। ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି। ଜଟଗତ ପଂଚାୟତର ଗଡଗାବାହାଲ ଗାଁର ଯମୁନା ରଣା, ସୁରତି ରଣା, ଜଟଗଡ଼ ଗାଁର ପଦ୍ମା ପୁଞ୍ଜି, ବାଲିପାଟି ଗାଁର ଦିନେଶ୍ବରୀ ଅହୀର, ଦୁଲେଶ୍ୱର ଅହୀର, ଫୁଲ ଅହୀର, ହରେଶ ଅହୀର, ହେମିନ ଅହୀର, ରମେଶ୍ୱରୀ ଅହୀର, ସୁନା ଅହୀର ଭଳି ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ଲିଷ୍ଟରେ ନାହିଁ।ସମାଜସେବୀ ଗୋବିନ୍ଦ ଅହୀର ଓ ଜୟ ବଜରଙ୍ଗ ଯୁବ ଗୋଷ୍ଠୀ ର ଅନେକ ସଦସ୍ୟ ଏବଂ ଯୋଗ୍ୟ ହିତାଧିକାରୀ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଦେବାପାଇଁ ଯାଇଥିଲେ। ତେବେ କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କୁ ଏ ନେଇ ପଚାରିବାରୁ ଉକ୍ତ ଅଭିଯୋଗକୁ ଆଇ.ଏଚ କୋମନା ବ୍ଲକ ପ୍ରୋଗ୍ରାମ କୋଡିନେଟରଙ୍କୁ ଜଣାଇ ଦିଆଯାଇଛି ଏବଂ ସାତ ଦିନ ମଧ୍ୟରେ ଘଟଣାକ୍ରମକୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କହିଛନ୍ତି। ରିପୋର୍ଟ ଆସିଲା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡ଼ିଓ ଶ୍ରୀ ସାମଲ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.