ଲାଞ୍ଜିଗଡ଼ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ ଲାଞ୍ଜିଗଡ଼ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ରୀଡ଼ା, ସାଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରିୟ ଅଂଶୀଦାର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଶେଷକରି କାର୍ଯ୍ୟକ୍ରମରେ କ୍ରୀଡା, ସମାଜସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି ସଭାପତି ସୌରଭ ପାତ୍ର, ଲାଞ୍ଜିଗଡ଼ରୋଡ଼ ମାଧ୍ୟମିକ ବିଦ୍ୟାଳୟ ଖେଳ ଶିକ୍ଷକ ରୁପସିଂ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ରାଜ୍ୟ ସରକାର ଯୁବ ପିଢ଼ିଙ୍କ ସଂଗୀତ, ନୃତ୍ୟ, ଖେଳ ପ୍ରତି ଥିବା ଉତ୍ସାହକୁ ଗୁରୁତ୍ବ ଦେବା ସହ ଯୁବବର୍ଗ ମାନଙ୍କୁ ଆଗକୁ ନେବା ପାଇଁ ସମନ୍ବିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇ ଆଗକୁ ବଢ଼ି ପାରିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସରୋଜ କୁମାର ଜେନା ପରିଚାଳନା କରିଥିବାବେଳେ ଅଧ୍ୟାପକ ତଥା କ୍ରୀଡ଼ା ସଂଯୋଜକ କିଶୋର ଚନ୍ଦ୍ର ସାହା, ସଂଯୋଜକ ସନ୍ତୋଷ କୁମାର ଦାସ, ଖେଳ ଶିକ୍ଷକ ରଂଜନ ଘଡେ଼ଇ, ଅଧ୍ୟାପକ ଧର୍ମରାଜ ଭୋଇ, ଦିଲୀପ ସାହୁ, ଧୀରେନ୍ଦ୍ର ବିଶ୍ଵଲ, ରଶ୍ମିତା ଦୂର୍ଗାଙ୍କ ସମେତ କର୍ମଚାରୀ ସୁବାସ ବାଗ, ନିରଞ୍ଜନ ପାଢ଼ୀ, ମଧୁସୂଦନ ରଣା,ଭଗତରାମ ବଗର୍ତ୍ତୀ ପରିଚାଳନାରେ ସହଯୋଗ କରିଥିଲେ। ଆଜି କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଥିବାବେଳେ ଏଥିରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଭଲିବଲ୍ ଓ ଦଉଡ଼ି ଡିଆଁ ପ୍ରତିଯୋଗିତାରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.