ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମହଗାଁ ସ୍ଥିତ ସୁନାମୁଖି ଶାନ୍ତିବନ ଠାରେ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନେକ ସମୟରେ ରୋଗୀମାନେ ରକ୍ତର ଅଭାବରେ ହନ୍ତସନ୍ତ ହେଉଥିବା ବେଳେ ସମାଜ ପାଇଁ ରକ୍ତ ଦାନ ଏକ ମହାପୂଣ୍ୟ ବୋଲି ବିଚାର କରି ଏହି ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, ଗୋକୁଳେଶ୍ୱର ସରପଞ୍ଚ କେଶୁଲାଲ ତାଣ୍ଡି, ଆଦିବାସୀ ନେତା ମୋହନ ଶବର, ସାଧୁରାମ ଭୋଇ, ବିଦ୍ୟାଧର ଶବର, ଉମାକାନ୍ତ ଶବର, ଚିନ୍ତାମଣି ଶବର, ରମେଶ ଶବର, ସଞ୍ଜୟ ଶବର, ମୋହନ ଜାନି, ଭୀଷ୍ମ ମାଝୀ, ଉତ୍କେଲା ଷ୍ଟେଟବ୍ୟାଙ୍କର କର୍ମଚାରୀ ଟିକନିଧି ପ୍ରଧାନ, ପାଷ୍ଟିକୁଡି ଜିମ ମେନେଜର ସୀମାନ ଶବରଙ୍କ ସମେତ ଅନେକ ସଚେତନ ନାଗରିକ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ରକ୍ତଦାନ ଶିବିରକୁ ସମ୍ବାଦ ଆମ ଓଡିଶା, ସୁନାମୁଖୀ ଶାନ୍ତିବନ ମହଗାଁ, ଆଦିବାସୀ ସଂଘ କେସିଙ୍ଗା, ଦେଓଗାଁ ପଞ୍ଚାୟତ, ଗୋକୁଳେଶ୍ୱର ପଞ୍ଚାୟତ, ପାଷ୍ଟିକୁଡି ଜିମ ଏବଂ ଉତ୍କେଲା ଅଞ୍ଚଳବାସୀଙ୍କ ମଳିତ ଆନୁକୂଲ୍ୟରେ କରାଯାଉଛି। ଚଳିତ ଡିସେମ୍ବର ମାସ ୧୭ ତାରିଖ ରବିବାର ଦିନ ୧୦ ଟା ବେଳେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେବା ପାଇଁ ବୈଠକରେ ସ୍ଥିରୀକୃତ ହେବା ସହ ସମସ୍ତଙ୍କ ଯୋଗାଯୋଗ କାମନା କରାଯାଇଛି। ରକ୍ତ ଦାନ କରିବା ପାଇଁ ଚାହୁଁ ଥିବା ଯୁବକ, ବ୍ୟକ୍ତି, ମହିଳା, ଯୁବତୀ ଭାଇ, ଭଉଣୀ ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ପହଞ୍ଚିବା ପାଇଁ ପରିଚାଳନା କମିଟି ଅନୁରୋଧ କରିଛି।




