ରାୟଗଡା ଓକିଲ ସଂଘର ପୂର୍ବତନ ସଭାପତି ୱାଇ.କ୍ରିଷ୍ଣା ରାଓଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଓକିଲ ସଂଘର ପୂର୍ବତନ ସଭାପତି ୱାଇ.କ୍ରିଷ୍ଣା ରାଓଙ୍କ  ବିୟୋଗ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା| ସେ ୧୯୭୨ ବର୍ଷରୁ ଓକିଲାତି ଆରମ୍ଭ କରିଥିଲେ|ରାୟଗଡା ଓକିଲ ସଂଘର ଦୁଇ ଥର ସଭାପତି ହୋଇଥିଲେ| ଗତକିଛି ଦିନ ଧରି ସେ ଅସୁସ୍ଥ ଅନୁଭବ କରିବାରୁ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଠାରେ ଥିବା ଏକ ଘୋରଇ ହସ୍ପିଟାଲ ଚିକିତ୍ସିଟତ ହେଉଥିଲେ | ଗୁରୁବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା | ସ୍ବର୍ଗତ ଶ୍ରୀ ରାଓଙ୍କ ମୃତ୍ୟୁର ଖବର ଶୁଣିବା ପରେ ରାୟଗଡା ଓକିଲ ମାନଙ୍କ ମଧ୍ୟରେ ଦୁଃଖ ଲହରୀ ଖେଳି ଯାଇଥିଲା| ଏହି ଦୁଃଖ ସମ୍ବାଦ ଶୁଣି ଓକିଲ ସଂଘର ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଉପସଭାପତି ପଦ୍ମନାଭ ଦାସ, ସମ୍ପାଦକ ବିଶ୍ଵନାଥ ଗନ୍ତାୟତ, ଓକିଲ ବି. ପି. ପଣ୍ଡା, ଭି. ଏସ.ରାଜୁ, ବ୍ରଜସୁନ୍ଦର ନାୟକ, ମଦନ ମୋହନ ପାଢ଼ୀ, ଚିଟୀ କୁମନ୍ଦନ, ମହେଶ୍ୱର ମହାପାତ୍ର, ରାମ ପ୍ରସାଦ ପାତ୍ର ବିରଜା ପ୍ରସାଦ ପାତ୍ର, ଲାବଣ୍ୟ ମୋହନ ପଟନାୟକ, ସମେତ ଅନ୍ୟ ଓକିଲ ମାନେ ଦୁଃଖ ପ୍ରକାଶ କରିଛନ୍ତି|

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.