ପାଳିତ ହେଲା ରାୟଗଡା ବ୍ଲକ ସ୍ତରୀୟ ଚଇତି ମହୋତ୍ସବ, ଦୁଲୁକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଜିଲ୍ଲାର ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା ପାଳନ କ୍ରମରେ ଆଜି ରାୟଗଡା ବ୍ଲକ ସ୍ତରୀୟ ଚଇତି ଓ ପଲ୍ଲିଶ୍ରୀ ମେଳାର ମଞ୍ଚ କଳାକାରମାନଙ୍କ ନୃତ୍ୟଗୀତରେ ଦୁଲୁକି ଯାଇଛି | ନାଗାବଳି ନଦୀ ଆରପାରିରେ ସବୁଜ ବନାନୀ ଘେରା ପାହାଡ଼ର ପାଦ ଦେଶରେ ଥିବା ଆଦିବାସୀ ଇଲାକାର ଡାଙ୍ଗଲଡୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେନିକଣା ସରକାରୀ ହାଇସ୍କୁଲ ପଡିଆରେ ମହାସମାରୋହରେ ପାଳିତ ହୋଇ ଯାଇଛି ଚଇତି | ବିଡ଼ିଓ ଅମୁଲ୍ୟ କୁମାର ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଚଇତି କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ,ମୋ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ପି. ଗୌରୀ ଶଙ୍କର,ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ କୁଲେସିକା, ସନ୍ଧ୍ୟାରାଣୀ ପୁଆଲା, ପଦ୍ମିନୀ ମଣ୍ଡାଙ୍ଗି ଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା ଏବଂ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟସଭ୍ୟା, ସରପଞ୍ଚ, ୱାର୍ଡମେମ୍ବର, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ | ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ପୂଜାର୍ଚନା ତଥା ଦୀପ ପ୍ରଜ୍ବଳନ ପୂର୍ବକ ଚଇତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା | ଚଇତି ମଞ୍ଚରେ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା | ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସାହିତ୍ୟ ଆଦିକୁ ବଂଚେଇ ରଖିବା ଓ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବା ଚଇତି ପାଳନର ମୂଳ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ | ଚଇତି ପାଳନ ଅବସରରେ ଖୋଲା ଯାଇଥିବା ବିଭିନ୍ନ ବିଭାଗର ସଚେତନତା ଷ୍ଟଲଗୁଡିକକୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନେ ବୁଲି ଦେଖିଥିଲେ |ପରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସମ୍ବଲପୁରୀ, ଢେମସା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ବ୍ଲକ ଏବିଡିଓ କାଳୁ ଚରଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.