ଚଟିଆଗୁଡ଼ା ହାଇସ୍କୁଲଠାରେ ମିଳିତ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ବେଳାରାଣୀ ଉଚ୍ଚ ବିଦ୍ଯାପୀଠ ଚଟିଆଗୁଡ଼ା ଓ ସାଗୁନଭାଡ଼ି ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ମିଳିତ ଆନୁକୂଲ୍ଯରେ ଚଟିଆଗୁଡ଼ା ହାଇସ୍କୁଲ ପରିସରରେ ୩୦ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରାଙ୍କ ଅଧ୍ଯକ୍ଷତାରେ ଏନେଇ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ଯ ଅତିଥି ଭାବରେ ସରପଂଚ ରଙ୍ଗାତା ପାତ୍ର ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ହେରାମ୍ୱ ଭୋଇ, କୁମୁଦବନ୍ଧୁ ଯୋଷୀ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ଗୌତମ ମେହେର ସଭାମଂଚ ପରିଚାଳନା କରିଥିଲେ। ଦୁଇଟି ବିଦ୍ଯାଳୟର ଶତାଧିକ ଛାତ୍ରଛାତ୍ରୀ ବାର୍ଷିକ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ବେଳେ ଖେଳ ଶିକ୍ଷକ ଦେବେଂଦ୍ର କୁମାର ପୁରୋହିତ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ବାର୍ଷିକ କ୍ରୀଡ଼ାର ବିଭିନ୍ନ ବିଭାଗରେ ଓମପ୍ରକାଶ ମୁଣ୍ଡ, ଅପରାଜିତା ମାଝୀ, ଚିଲିକା ମଞ୍ଜରୀ ମାଝୀ ଚମ୍ପିୟାନ ହୋଇଥିଲେ। କାର୍ଯ୍ଯକ୍ରମ ଆୟୋଜନରେ ଅମୋଘ ପାତ୍ର, ମୁକ୍ତେଶ୍ୱର ପ୍ରଧାନ, ଗୋକୁଳ ଚଂଦ୍ର ପରିଡ଼ା, ଗିରିଶ ଚଂଦ୍ର ସା, ପ୍ରକାଶ ଚଂଦ୍ର ମେହେର, ତନୁରାମ ନାୟକ, ଧନଞ୍ଜୟ ପୁରୋହିତ, ଗିରିଶ ଚଂଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.