ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ନୂଆ-ଓ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦୀର୍ଘ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ତାରାତାରିଣୀ କଲେଜ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶାର ଅନ୍ୟ ଏକ ସାମାଜିକ କାର୍ଯ୍ୟକ୍ରମ “ନିଶା ନିବାରଣ” ପ୍ରଥ ପ୍ରାନ୍ତ ନାଟକ କରି ଛାତ୍ରଛାତ୍ରୀମାନେ ଜନ ସଚେତନତା ସୃଷ୍ଟି କରିଥିଲେ। କଲେଜ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଶିତ ନାଟକର ନୋଡାଲ ଅଫିସର ଅଧ୍ୟାପକ ଏନ. ମୋହନଙ୍କ ନିର୍ଦ୍ଦେଶନାରେ ସୁନ୍ଦର ଅଭିନୟ ମାଧ୍ୟମରେ ମାଦକ ଦ୍ରବ୍ୟ ନିବାରଣ, ସ୍ବାସ୍ଥ୍ୟପ୍ରତି ଗୁଟଖା ମସଲା ଖାଇଲେ କେତେ ଯେ କ୍ଷତିକାରକ ସେନେଇ ନାଟକ ମଞ୍ଚସ୍ଥ କରି ଜନସାଧାରଣଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ। ପୁରୁଷୋତ୍ତମପୁର ସ୍ତିତ ହାଡ଼ିସାହି ଛକ ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ସିମାଞ୍ଚଳ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ୱାର୍ଡ କାଉନସିଲର ଭାସ୍କର ବେହେରା, କାଉନସିଲର ଭବାନୀ ଶଙ୍କର ନାହାକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରବୀର କେଶରୀ ପ୍ରଧାନ, ସଚେତନତା ଅଭିଯାନର ସଂଯୋଜକ ସୁଧୀର କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।