ଯୋଗାଣ ବିଭାଗର ଚଢାଉ, ଧାନ ସହ ୪୦୭ ଜବତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ବେଆଇନ ଭାବେ ଧାନ ଚୋରାଚାଲାଣ ହେଉଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ଯୋରଦାର ଚଢ଼ଉ ଜାରି ରହିଛି। ଶୁକ୍ରବାର କୋକସରା ବ୍ଳକ ମୋଟେର ନିକଟରେ ଚଢ଼ାଉ କରି ବେଆଇନ ଧାନ ସହ ଟ୍ରକ୍ ଜବତ ହୋଇଥିବା ବେଳେ ଶନିବାର ପୁଣି ବ୍ଳକର ଆମପାଣି ଆରଏମସି ଚେକ୍ ଗେଟ ନିକଟରେ ଯୋଗାଣ ବିଭାଗ ଦ୍ବାରା ଧାନ ସହ ୪୦୭ ଗାଡ଼ିକୁ ଜବତ କରାଯାଇଛି। ଜୟପାଟଣା ବ୍ଳକ ଖଇରମାଲ ଗ୍ରାମରୁ ନବରଙ୍ଗପୁର ଜିଲ୍ଲା ମୈଦଲପୁରକୁ ଏହି ବେଆଇନ ଧାନ ଚାଲାଣ ହେଉଥିଲା। ଏହି ସମୟରେ ଯୋଗାଣ ବିଭାଗ ପକ୍ଷରୁ ଆମପାଣିଠାରେ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଦେଖାଇ ପାରି ନ ଥିବାରୁ ଧାନ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା। ଉକ୍ତ ଗାଡ଼ିରୁ ୩୧.୦୪ କୁଇଣ୍ଟାଲ ଧାନ ଜବତ୍ ହୋଇଥିବାବେଳେ ବୋବରିଆ ସ୍ଥିତ ଜେକେ. ଫୁଡସରେ ଜିମା ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସିଏସ୍ଓ ମନୋଜ ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଏସିଏସଓ ଦୁର୍ଗା ପ୍ରସାଦ ମାଝୀ, କୋକସରା ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଜୟପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ରଞ୍ଜନ ନାୟକ, ଧର୍ମଗଡ଼ ଯୋଗାଣ ନିରୀକ୍ଷକ ପ୍ରସାନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.