କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଳ ସମାବେଶ

ସାଲିସ ବିହୀନ ସଂଗ୍ରାମ ହିଁ ମୋର ଲକ୍ଷ୍ୟ -ମଧୁ ମହାନ୍ତି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ମାଟିରେ ଜନ୍ମିତ ହୋଇ ମଧୁ ମହାନ୍ତି ଆଜି ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ନୂତନ ଜାଗରଣ ଆଣି ପାରିଛନ୍ତି। କଳାହାଣ୍ଡି ମାଟି ପବନର ମାଦକତା ନିଆରା ଓ ଏହି ମାଟି ସେବା ମନୋବୃତ୍ତି, ପରୋପକାର ଓ ସହନଶୀଳଗୁଣ ସିଖାଇ ଥାଏ, ଓ ସାଲିସ ବିହୀନ ସଂଗ୍ରାମ ହିଁ ମୋର ମୂଳ ଲକ୍ଷ୍ୟ ବୋଲି କୋକସରାରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ସମାବେଶରେ ଯୋଗଦେଇ ପ୍ରକାଶ କରିଛନ୍ତି ସମାଜସେବୀ ତଥା ସାମ୍ବାଦିକ ମଧୁ ମହାନ୍ତି।ଅତୀତରେ କଳାହାଣ୍ଡି ମାଟିରେ କଲାହାଣ୍ଡି ଲିବରେସନ ଫ୍ରଣ୍ଟ ନାମକ ଏକ ସଙ୍ଗଠନ ଗଢି ବହୁଚର୍ଚ୍ଚିତ ମଧୁ ମହାନ୍ତି ଡିଫାଇନ କଲାହାଣ୍ଡିର କୋକସରାରେ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ। ପ୍ରଥମେ ମୋଟେରଠାରେ ଜନସାଧାରଣ ଶ୍ରୀ ମହାନ୍ତି ଓ ତାଙ୍କ ସୁପୁତ୍ର ତିଳକ ରାଜଙ୍କୁ ସ୍ବାଗତ କରିଥିଲେ।  ପରେ କୁସୁମଖୁଣ୍ଟି ଡାକବଙ୍ଗଳାଠାରେ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ୱାଗତ ଓ କୋକସରା ବଡ଼ପଡାଠାରୁ ଏକ ବିଶାଳ ରେଲିରେ ହଜାର ହଜାର ଜନ ସମାଗମରେ ବୀର ବାଦ୍ୟ ଘୁମୁରା ଓ ଗଣା ବାଜାରେ ସ୍ୱାଗତ କରି ବଜାର ପଡିଆ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ସେଠାରେ ଏକ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ମଧୁ ମହାନ୍ତି। ଶ୍ରୀ ମହାନ୍ତିଙ୍କ ମୂଳ ଉଦେଶ୍ୟକୁ ନେଇ ଏହି ସଭାରେ ତାଙ୍କ ପୁତ୍ର ତିଳକ ରାଜ ମହାନ୍ତି ଉପସ୍ଥାପନ କରିବାସହ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଉଦବୋଧନ ଦେଇଥିଲେ। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.