ନର୍ଲାରେ ନର୍ସିଂ କଲେଜ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମୁଖ୍ୟାଳୟ ନିକଟ ସର୍ଗିଗୁଡା ଠାରେ ରବିବାର ଗୁରୁକୂଳ କଲେଜ ଅଫ୍ ନର୍ସିଂ ଏଣ୍ଡ ପାରାମେଡିକାଲ ସାଇନ୍ସ ଉଦଘାଟିତ ହୋଇଯାଇଛି। ଏଥିରେ ମହିଳା ସ୍ବାସ୍ଥ୍ୟ କର୍ମୀ (ଏଏନଏମ) ୬୦ ଗୋଟି ସିଟ୍ ଓ ଷ୍ଟାଫ୍ ନର୍ସ (ଜିଏନଏମ୍) ୬୦ ସିଟ୍ ରହିଛି। ଏହି କଲେଜର ଛାତ୍ରୀମାନେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ପ୍ରାକ୍ଟିକାଲ ଓ କ୍ଲିନିକାଲ ଟ୍ରେନିଂ ନେବାର ସୁବିଧା ରହିଛି। ଏଥିରେ କୃତକାର୍ଯ୍ୟ ଛାତ୍ରୀମାନେ ଷ୍ଟାଫ ନର୍ସ, କମ୍ୟୁନିଟି ହେଲଥ ଅଫିସର, ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ, ଡିପାରରଟମେଣ୍ଟ ସୁପରଭାଇଜର, ମିଲିଟାରୀ ନର୍ସିଂ, ଇଣ୍ଡଷ୍ଟ୍ରିଆଲ ନର୍ସିଂ, ନର୍ସିଂ ସୁପରିଟେଣ୍ଡେଣ୍ଟ ଆଦି ପଦବୀରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟ କରିପାରିବେ। ଗୁରୁକୂଳ କଲେଜ ଅଫ୍ ନର୍ସିଂ ଏଣ୍ଡ ପାରାମେଡିକାଲ ସାଇନ୍ସ ନର୍ଲାର ନିର୍ଦ୍ଦେଶକ ରଶ୍ମୀରଂଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦେଇ ନର୍ସିଂ କଲେଜର ଶୁଭ ଉଦଘାଟନ କରିଥିଲେ। ଯୁବ ବିଜ୍ଞାନୀ ସନ୍ତୋଷ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଷ୍ଣୁ ଗହୀର, ଉଗ୍ରସେନ ପଟ୍ଟନାୟକ, ବଦ୍ରିନାରାୟଣ ନାଗ, ସୁରେଶ ଦାଶ, ବିଶମ୍ବର ଭୋଇ, ଚକ୍ରଧର ସା, କହ୍ନାଇ ଗଉଡ, ଲୋକନାଥ ବିଶ୍ବାଲ, ବିଜୟ ବୁଦ୍ଧିଆଙ୍କ ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ମୋଟିଭେସନାଲ ସ୍ପିକର ସୋମ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଶିଷ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.