୧୬ତମ ଜୁନାନୀ କପ ଟେନିସବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ; ଜୁନାନୀ ବିଜେତା ଓ ଝିଟକି ଉପ ବିଜେତା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଗୋଡ଼ଫୁଲା ପଂଚାୟତର ଜୁନାନୀ ଗାଁ ସ୍କୁଲ ପଡିଆ ଠାରେ ୧୬ତମ ଜୁନାନୀ କପ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପ୍ରତିନିଧି ଜୟ ଢୋଲକିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଗୋଡ଼ଫୁଲା ସରପଞ୍ଚ ପ୍ରତିନିଧି କୌଶିକ ସାହୁ, ଯୁବ ଓଡିଶା ନବୀନ ଓଡିଶାର ନୂଆପଡା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ପୂର୍ବତନ ସମିତି ସଭ୍ୟ ଦିଲୀପ ସାହୁ, ସମାଜ ସେବୀ ପିତାମ୍ବର ଖରସେଲ, ନାୟକ ସରପଞ୍ଚ ମିଲାଉ କେଉଟ,ୱାର୍ଡ ମେମ୍ବର ଦାମୋଦର ବଂଛୋର, ମଂଚାସୀନ ଥିଲେ | ଅଲ ୟୁଥମାସ ଜୁନାନୀ କ୍ରିକେଟ କମିଟି ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ସର୍ବମୋଟ ୨୦ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ | ତେବେ ଏହି ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଝିଟକି ଦଳ ନିର୍ଦ୍ଧାରିତ ୮ ଓଭର ପୂର୍ବରୁ ୫୨ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା | ଜବାବରେ ଜୁନାନୀ ଦଳ ୫ ଓଭରରେ ଗୋଟିଏ ୱଇକେଟ ହରାଇ ଧାର୍ଯ୍ୟ ୫୩ ରନ ସଂଗ୍ରହ କରିନେଇଥିଲା | ଏହି ଟୁର୍ନାମେଣ୍ଟର ଫାଇନାଲ ଜିତି ଜୁନାନୀ ଦଳକୁ ନଗଦ ୧୫ ହଜାର ୫୫୫ ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଝିଟକି ଦଳକୁ ନଗଦ ୮ ହଜାର ୮୮୮ ଟଙ୍କା ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା | ଏହି ଟୁର୍ନାମେଣ୍ଟ ରେ ବସନ୍ତ ଖରସେଲ ଓ ଲାବଣ୍ୟ ପୁଞ୍ଜି ଅମପେୟାରିଙ୍ଗ ଦାଇତ୍ୱ ତୁଲାଇଥିବା ବେଳେ ଶେଖର ପୁଞ୍ଜି ସ୍କୋରିଙ୍ଗ କରିଥିଲେ | ଏହିପରି ଜୟ କିଶନ ଶୁନାନୀ ଏବଂ ଅମିତ ହଂସ ଧାରା ବିବରଣୀ ପ୍ରଦାନ କରିଥିଲେ | ତେବେ ଏହି ଟୁର୍ନାମେଣ୍ଟର ଆୟୋଜକ କମିଟି ସଭାପତି ପବିତ୍ର ବେମାଲ,ସମ୍ପାଦକ ଗିରିଧାରୀ ପୁଞ୍ଜି, ଉପ ସଭାପତି ରାମପ୍ରସାଦ ବଂଛୋର,ଗଙ୍ଗାଧର ଖରସେଲ,ପୁତାମ୍ବର ବଂଛୋର,ସ୍ବପ୍ନନିଲ ଖରସେଲ,ସାଗର ହଂସ, ମନୋଜ କୁମାର ପୁଞ୍ଜି, ପରୀକ୍ଷିତ ବେମାଲ,ବିବେକାନନ୍ଦ କୈବର୍ତ୍ତ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ | ପି. ଟି ଶିକ୍ଷକ ଅନିଲ ରାଉତ ଓ ତ୍ରିନାଥ ଭୋଇ ବିଶେଷ ଭାବେ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ | ଟୁର୍ନାମେଣ୍ଟରେ ଶ୍ରେଷ୍ଠ ଫିଲଡ଼ର ଭାବେ ଝିଟକି ଦଳର ଘନ କୁମାର ,ଶ୍ରେଷ୍ଠ ୱଇକେଟ କିପର ଭାବେ ମାନସ ପୁଞ୍ଜି, ଶ୍ରେଷ୍ଠ ବୋଲର ଭାବେ ଝିଟକି ଦଳର ଗୋକୁଳ କୁମାର,ମେନ ଅଫ ଦ ମ୍ୟାଚ ରାମ ଚନ୍ଦ୍ର କାଣ୍ଡ,ମେନ ଅଫ ଦ ଟୁର୍ନାମେଣ୍ଟ ପିତାମ୍ବର ଖରସେଲ ଏବଂ ଗୋଟିଏ ଓଭରରେ ୬ ଟି ଛକା ମାରି ଇତିହାସ ସୃଷ୍ଟି କରିଥିବା ଜୁନାନୀ ଦଳର ବିବେକାନନ୍ଦ କୈବର୍ତ୍ତ ଙ୍କୁ ପୁରସ୍କୃତ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.