ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ପଞ୍ଚାୟତର ତୁମ୍ବେଶ୍ୱର ଶୈବ ପୀଠରେ ୫-ଟି ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ୫-ଟି ଅଧ୍ୟକ୍ଷ ଦୁଇଦିନିଆ ଗଞ୍ଜାମ ଗ୍ରସ୍ତ ମଧ୍ୟରେ ଆଜି ପୁରୁଷୋତ୍ତମପୁର ବ୍ଲକ ଅନ୍ତରଗତ ପ୍ରତାପୁର ପଞ୍ଚାୟତର ତୁମ୍ବେଶ୍ୱର ଶୈବ ପୀଠ ତୁମ୍ବେଶ୍ୱର ମନ୍ଦିରକୁ ଆସି ଦର୍ଶନ କରିଥିଲେ l ଏହା ପୂର୍ବରୁ ଭିକେ ପାଣ୍ଡିଆନ ଏହି ପୀଠର ରୁପାନ୍ତିକରଣ ନିମନ୍ତେ ଏକ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ | ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟଙ୍କ ସଭାପତିତ୍ୱରେ ସେଠାରେ ଏକ ସଭାର ଆୟୋଜନ କରାଯାଇ ଭିକେ ପାଣ୍ଡିଆନଙ୍କୁ ଉପଢ଼ୌକନ ଓ ଫୁଲଗୋଚ୍ଛ ଦେଇ ସ୍ବାଗତଂ କରାଯାଇଥିଲା l ଏହି ଅବସରରେ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ ଭିକେ ପାଣ୍ଡିଆନ । ସଭାରେ ୫-ଟି ଅଧିନ ସମସ୍ତ ନିର୍ବାଚନ ମଣ୍ଡଳୀ ପୁରାତନ ମନ୍ଦିର ଉନ୍ନୟନ ମୂଳକ କାର୍ଯ୍ୟ ସହିତ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରାଇଥିଲେ । ନିଜେ କୋଡିଏ କିଲୋମିଟର ଦୂରରୁ ପାଠ ପଢିବା ପାଇଁ ଶିକ୍ଷା ଅନୁଷ୍ଠାନକୁ ଆସୁଥିଵା କହିଁଥିଲେ | ସେଥିପାଇଁ ଓଡିଶା ସରକାରଙ୍କ ତରଫରୁ ବିଭିନ୍ନ କ୍ଷେତ୍ରକୁ ଯିବା ଆସିବା ନିମନ୍ତେ ଆସନ୍ତା ଜାନୁଆରୀରେ ମୋ ଲଷ୍ମୀ ବସର ଶୁଭରାମ୍ଭର ବ୍ୟବସ୍ଥା କରାଯାଇଥିବା କହିଥିଲେ । ଏହାସହ ମୁନିସିପେଣ୍ଠ ଠାରେ ବିଜୁ ସେତୁ ସହ ୮୦ କୋଟି ଟଙ୍କାରେ ଏକ ବେରେଜ ନିର୍ମାଣ କରିବା ସହ ଜଳସେଚନ, ମାଛ ଚାଷ, ଓ ବୋଟିଙ୍ଗ କ୍ଲବ ର ସୁବିଧା ହୋଇ ପାରିବ ବୋଲି କହିଥିଲେ | ସେହି ପରି ଏହି ପୀଠରେ ମଧ୍ୟ ଏକ ନୂତନ ବିଜୁ ସେତୁ, ହାଣ୍ଡିଘର ଠାରେ ତାରା ତାରିଣୀ ବିଜୁ ସେତୁ ସହିତ ବହୁ ମେଡିକାଲର ରୂପାନ୍ତିକରଣ ହୋଇ ପାରିଛି | ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ବହୁ ସ୍ୱାରୋଜଗାର ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଚିକିଛା, ଏବଂ ଅନେକ ଲୋକାଭିମୁଖୀ କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କରା ଯାଇଥିବା କହିଥିଲେ | ସେ ଭାଟ କୁମରଡ଼ା ଠାରେ ସମ୍ବର୍ଦ୍ଧନା ଦିଆ ଯିବା ସହିତ ତାରା ତାରିଣୀ ଛକରେ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା | ସେହିପରି ହାଣ୍ଡିଘର ଠାରେ ମଧ୍ୟ ବିଜେଡି ଜିଲ୍ଲା ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳ ଗୌଡ଼ ଓ ରବୀନ୍ଦ୍ର ବେହେରା ଙ୍କ ସହିତ ଅନେଜ ନେତା, କର୍ମୀ ମାନେ ପୁଷ୍ପ ଗୁଚ୍ଛ ଦେଇ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ | ପ୍ରତାପୁର ତୁମ୍ବେଶ୍ୱର ପୀଠରୁ ଫେରିବା ସମୟରେ ପୁରୁଷୋତ୍ତମପୁର ଏନଏସି କାଉନସିଲମାନଙ୍କ ତରଫରୁ ଅଧ୍ୟକ୍ଷା ତଥା ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସମ୍ପାଦିକା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ଏବଂ କାଉନସିଲର ତଥା ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଶୋକ କୁମାର ମହାଙ୍କୁଡଙ୍କ ନେତୃତ୍ୱରେ ତାରାତାରିଣୀ କଲେଜ ଛକ ନିକଟରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଆୟୋଜନ କରାଯାଇ ଫୁଲତୋଡ଼ା ସହ ଉପଢ଼ୌକନ ଦିଆଯାଇଥିଲା । ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ରଛାତ୍ରୀଙ୍କ ସହ ମିଶି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଭିକେ ପାଣ୍ଡିଆନ । ଆଜିର ଏହି ଗସ୍ତ ଅବସରରେ ୫-ଟି ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପ୍ରକଳ୍ପ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତିଭାସନ, ଆରକ୍ଷୀ ଅଧିକାରୀ ଜଗମୋହନ ମୀନା, ଛତ୍ରପୁର ଉପଜିଲ୍ଲାପାଳ, ପୁରୁଷୋତ୍ତମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ତହସିଲଦାର-ଲୋପାମୁଦ୍ରା ରଥ, ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ସେହିପରି ସୁରକ୍ଷା ଦାୟିତ୍ୱ ପୁରୁଷୋତ୍ତମପୁର ଥାନା ଆଇଆଇସି ସମୀର ରଞ୍ଜନ ରାଉତ ପ୍ରମୁଖ ପାଣ୍ଡିଆନଙ୍କ ସମୀକ୍ଷା ଗସ୍ତ ସମୟରେ ଉପସ୍ଥିତ ଥିଲେ । ଏଥିରେ ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଭଜମୋହନ ବେହେରା, ପୁରୁଷୋତ୍ତମପୁର ବ୍ଲକ ଆସ୍କା ସାସଂଦ ପ୍ରତିନିଧି ସୁଦର୍ଶନ ସାହୁ ପ୍ରତାପୁର ସରପଞ୍ଚ ଦାସ ବେହେରା, ଗୌରୀ ଶଙ୍କର ରାଉଳ, ଜଗତ ପଣ୍ଡା, ପୁରୁଷୋତ୍ତମପୁର ଏନଏସିର ଉପାଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁ ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ, କାଉନସିଲର ଅରୁଣ କୁମାର ମହାଙ୍କୁଡ, କେ ପ୍ରମୋଦ ଅଚାରୀ, ଭବାନୀ ଶଙ୍କର ନାହାକ,ବିଶ୍ୱ ଭୂଷଣ ମହାପାତ୍ର, ଭାଗିରଥି ବେହେରା,ଲୋକନାଥ ବେହେରା, ରଞ୍ଜନ ବେହେରା,ଏବଂ ଏନଏସି ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକର୍ମକୁ ସଫଳ କରାଇବାରେ ପ୍ରମୁଖ ଭିମିକା ନିର୍ବାହ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.