ବଡ଼ମାଳରେ କେନ୍ଦ୍ରୀୟ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ 

ଛାତ୍ରଛାତ୍ରୀ ଭବିଷ୍ୟତ ଗଢିବାରେ କେନ୍ଦ୍ରୀୟ ବିଦ୍ୟାଳୟ ସଫଳ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ବଡ଼ମାଳ (୧) କେନ୍ଦ୍ରୀୟ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଓ ବାର୍ଷିକ କ୍ରୀଡା ମହାସମାରୋହ ଉଦଯାପିତ ହୋଇଯାଇଛି l ଉକ୍ତ ଉତ୍ସବକୁ ଗୋଳାବାରୁଦ କାରଖାନା ଅତିରିକ୍ତ ମହାପ୍ରବନ୍ଧକ ପି. ଏଲ. ବିଶେଖର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସଭାରେ ଡେପୁଟି ଜେନେରାଲ ମ୍ୟାନେଜର ପ୍ରଭାସ ଭୋଇ, କର୍ଣ୍ଣେଲ ଜନ୍ମେଜୟ ମିଶ୍ର , ଏସକ୍ଯୁଏଇ କର୍ଣ୍ଣେଲ ଅକ୍ଷୟ ପାଣିଗ୍ରାହୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ହୀରକ ଜୟନ୍ତୀ ସମାରୋହ ଓ କ୍ରୀଡାର ଆଭିମୁଖ୍ୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ଏହି ବିଗତ ୬୦ ବର୍ଷ ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି କେନ୍ଦ୍ରୀୟ ବିଦ୍ୟାଳୟ ହେଉଛି ଛାତ୍ର ଛାତ୍ରୀ ଭବିଷ୍ୟତ ଉଜ୍ଜଳ କରିବାରେ ଗଢିବାରେ ସଫଳ ବିଦ୍ୟାଳୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରିନସିପାଲ ରୋହିତ ଚୌଧୁରୀ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସିବିଏସଇ ପରୀକ୍ଷା ୨୦୨୨ – ୨୩ ସିନିୟର ସେକେଣ୍ଡାରୀ ପରୀକ୍ଷାରେ ଓଡିଶାରେ ବଡ଼ମାଳ ଦ୍ୱିତୀୟ ସ୍ଥାନ ହାସଲ କରି ରେକର୍ଡ ସୃଷ୍ଟି କରିଛି l ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀ ଛାତ୍ର ଅନିକେଟ ରାଜ ତ୍ରିପାଠୀ ବିଦ୍ୟାଳୟର ଅତୀତ, ଅଖଣ୍ଡତା, ସମ୍ମାନ ଓ ପରମ୍ପରା ରୀତିନୀତି ଉପରେ ଆଲୋକପାତ କରିଥିଲେ l ଏଥିରେ ନ୍ୟାସନାଲ ପ୍ଲେୟାର ମାଷ୍ଟର ଶିବୁନ ଭୋଇ ମଶାଲ ପରିଚାଳନା କରିଥିଲେ l ଏହାପରେ ପ୍ରାଥମିକ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ଝିଲେପି ଖିଆ ଦୌଡ , ଚାମଚ ମାର୍ବଲ ଦୌଡ଼ ଓ ୧୦୦ ମି. ବସ୍ତା ଡିଆଁ ଦୌଡ ଇତ୍ୟାଦି ପ୍ରତିଯୋଗିତାଗୁଡିକ ଅନୁଷ୍ଠିତ ହୋଇଥିଲା l ପରେ ଅଭିଭାବକମାନଙ୍କ ପାଇଁ ମ୍ୟୁଜିକ ଚେୟାର ଓ ସଟଫୁଟ ଫିଙ୍ଗା ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏଥିରେ ବିଜେତା କୃତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅତିଥିମାନେ ପଦକ ଦେଇ ମାନପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀକୃଷ୍ଣ ଶର୍ମା , ପ୍ରଶାନ୍ତ ମେହେର, ଗୁରୁ ପ୍ରସାଦ ପାଳ , ଅମିତ ୟେରପୁତ, ଜିତେନ୍ଦ୍ର ପ୍ରସାଦ, କାର୍ତିକ ସୁନା, ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଏଥିରେ ଶିକ୍ଷୟତ୍ରୀ ଆଲଫା ସୁଦର୍ଶନୀ ସାହୁ ଓ ଦେବ କସ୍ତୁଭ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଭେକାଣ୍ଡ ରମେଶ ଧନ୍ୟବାଦ ପ୍ରଦାନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.