ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ବ୍ଲକଛକ ଠାରେ ଶ୍ରୀମଦ୍ ଭାଗବତ ସପ୍ତାହ ଉପଲକ୍ଷେ ମା ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଛକ ତଥା ଆଖପାଖ ଅଞ୍ଚଳର ମହିଳା ପୁରୁଷ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଘଣ୍ଟ, ବାଜା ଓ ସଂକୀର୍ତ୍ତନ ମାଧ୍ୟମରେ ବ୍ଲକ ଛକ ବନ୍ଦ ରୁ ୧୦୮ ଗୋଟି କଳସରେ ପାଣି ଆଣି ମଣ୍ଡପ ସ୍ଥାପନ କରିଥିଲେ l ଏଥିରେ କଥା ବ୍ୟାସ ପରମପୂଜ୍ୟ ମହାମଣ୍ଡଲେଶ୍ଵର ମହନ୍ତ ସଚ୍ଚିଦାନନ୍ଦ ଶାସ୍ତ୍ରୀ ଜୀଙ୍କ ତତ୍ତ୍ୱବଧାନରେ ଉପସ୍ଥିତରେ ପଣ୍ଡିତ ପଙ୍କଜ ଚତୁର୍ବେଦୀ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିବା ବେଳେ ଆଦିତ୍ୟ ଦାସ ମହାରାଜ ମୂଳପାଠ କରିଥିଲେ l ହରି ଚରଣ ଦାସ ମହାରାଜ, ରାଜକିଶୋର ଶତପଥି ଓ କୃଷ୍ଣ ଦାସ ସଂଗୀତ ପରିଚାଳନାରେ ସହଯୋଗ କରିଥିଲେ l ଉକ୍ତ ଭାଗବତ ସପ୍ତାହ ପାଇଁ ସୁନୀଲ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପିଙ୍କି ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଏହି ଭାଗବତ ୭ ଦିନ ଧରି ଚାଲିବ ଓ ୨୨ ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ଜଣାପଡିଛି l ଏହାର ପ୍ରଥମ ଦିନରେ ଶ୍ରୀମତ ଭାଗବତ ସପ୍ତାହ କଳସ ଶୋଭାଯାତ୍ରା ଶୁଭାରମ୍ଭ ହୋଇ ବ୍ୟାସ ନାରଦ ଓ ପରକ୍ଷିତ ଜନ୍ମ ପରିବେଷଣ ହୋଇଥିଲା l ଦ୍ୱିତୀୟ ଦିନରେ ବରାହ ଅବତାର କଥାରେ କପିଳ ଦେନ ହୂତି କଥାମୃତ କାର୍ଯ୍ୟକ୍ରମ ହୋଇଥିଲା l ପ୍ରଥମେ ମହନ୍ତ ସଚ୍ଚିତାନନ୍ଦ ଶାସ୍ତ୍ରୀ ଜୀ ଙ୍କୁ ବରଗାଁ ଛକ ଠାରେ ବିପୁଳ ସମ୍ବର୍ଦ୍ଧନା ଦେବା ସହ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା ରେ ସଇଁତଳା ବ୍ଲକ ଛକ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା l କାର୍ଯ୍ୟକ୍ରମ କୁ ସ୍ଥାନୀୟ ମା ଗଜଲକ୍ଷ୍ମୀ ପୂଜା କମିଟିର ସହଯୋଗରେ ଆୟୋଜନ କରାଯାଇଛି l