ରାୟଗଡା ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଗାୟତ୍ରୀ ନଗର ଠାରେ ଶିକ୍ଷାବର୍ଷ ୨୦୨୩-୨୪ର ବାର୍ଷିକ କ୍ରୀଡାର ସମାରୋପ କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ କରାଯାଇଥିଲା । ଏହି ଉତ୍ସବ ଗତ କାଲି ଡିସେମ୍ବର ୧୬ତାରିଖରେ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଥିଲା।ଗତ କାଲି ଏହାର ଉଦଘାଟନ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସକାଳ ୮ ଘଟିକା ସମୟରେ ବିଦ୍ୟାଳୟର ସଭାପତି ମହୋଦୟ ମାନନୀୟ ହରିଶ ଚନ୍ଦ୍ର ମିଶ୍ର ମହୋଦୟ ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ,ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ଭାଇ ଭଉଣୀ ଉପସ୍ଥିତ ଥିଲେ ।ଏହାପରେ ରାୟଗଡାସ୍ଥିତ ଦମକଳ କେନ୍ଦ୍ର ନିକଟସ୍ଥ ପଡ଼ିଆରେ ଶିଶୁଙ୍କର ସମସ୍ତ ଖେଳ ହୋଇଥିଲା ।ପ୍ରାଥମିକ ବର୍ଗ, କନିଷ୍ଠ ବର୍ଗ, ଶିଶୁ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗର ବିଭିନ୍ନ ଦୌଡ଼ ପ୍ରତିଯୋଗିତା, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଛା ଫିଙ୍ଗା, ତ୍ରିକୁଦ ଡିଆଁ ଇତ୍ୟାଦି ଖେଳ ଗତକାଲି ଓ ଆଜି ଅନୁଷ୍ଠିତ ହୋଇଥିଲା | ଆଜି ରବିବାରରେ ଶିଶୁଙ୍କ ଖେଳ ସହିତ ଅଭିଭାବକ ଓ ଅଭିଭାବିକା ମାନଙ୍କର ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ଖେଳ ସମାପ୍ତ ହେବାପରେ କାର୍ଯ୍ୟକ୍ରମର ସମାରୋପ ଆଜି ଅପରାହ୍ନ ୪ଟା ବେଳେ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ସମାରୋପ କାର୍ଯ୍ୟକ୍ରମରେ ଜେକେ କାଗଜ କଳର ଲୋକ ସମ୍ପର୍କ ଏବଂ ସିଏସଆର ବିଭାଗ ପ୍ରବନ୍ଧକ ସ୍ମୃତିରେଖା କର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଖଣ୍ଡ ସଂଘ ଚାଳକ ତଥା ଜେକେ କାଗଜ କଳର ଲୋକ ସମ୍ପର୍କ ବିଭାଗୀୟ ଅଧିକାରୀ ହରିହର ଖମାରି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ ପରିଚାଳନା ସମିତି ସଭାପତି ହରିଶ୍ଚନ୍ଦ୍ର ଦାସ, ଉପ ସଭାପତି ପ୍ରଭାତ କୁମାର ଲେଙ୍କା, ସମ୍ପାଦକ ଡାକ୍ତର ସୁନୀଲ ପ୍ରସାଦ ମହାପାତ୍ର, ସହ ସମ୍ପାଦକ ରମେଶ କୁମାର ନନ୍ଦ, କୋଷାଧ୍ୟକ୍ଷ ସଂଜୀବ କୁମାର ଦାସ ଓ ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନେଗୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଦୀପ ପ୍ରଜ୍ଜ୍ଵଳନ ପରେ ଶିଶୁ ଭଉଣୀ ମାନେ ଏକ ସୁନ୍ଦର ନୃତ୍ୟ ପରିବେଷଣ ଦ୍ୱାରା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।ଏହା ପରେ ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ପରେ ମୁଖ୍ୟ ବକ୍ତା ନିଜର ବକ୍ତବ୍ୟ ଦ୍ୱାରା ସମସ୍ତଙ୍କୁ ମାର୍ଗ ଦର୍ଶନ କରାଇଥିଲେ।ଏହାପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତୀ ଶିଶୁ ଭାଇ ଭଉଣୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟା ମହୋଦୟା ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା ସମିତିର ସମସ୍ତ ସଦସ୍ୟ, ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.