ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ଚାଳକଙ୍କ ମୃତ୍ୟୁ

ଓଡିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥ ଦେଇ ଯାଇଥିବା ଟାଉନ ସ୍ଥିତ ଦମକଳ କେନ୍ଦ୍ର ନିକଟରେ ଏକ ବୋଲେରୋ ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଲିଗୁଡା ମେଡିକାଲରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ରବିବାର ଅପରାହ୍ନରେ ଏକ ବୋଲେରୋ ମ୍ୟାକ୍ସ ପିକଅପ ଭ୍ୟାନ ନଂ. ଓଡି-୦୭-ଏଫ-୪୬୯୪ ଟି ବାଲିଗୁଡ଼ାରୁ ତୁମୁଡିବନ୍ଧ କୁ ଯାଉଥିବା ବେଳେ ଅପର ପକ୍ଷରୁ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରୁ ଭଞ୍ଜନଗର ନିକଟସ୍ଥ କଇଠପଲ୍ଲୀ ପଞ୍ଚାୟତ ଡୁଡୁଆ ଗ୍ରାମର ସନ୍ତୋଷ କୁମାର ରଣା ବାଇକ ନଂ. ଓଡି- ୩୨-ଡି-୭୫୫୫ ରେ ନିଜ ଗ୍ରାମକୁ ଯାଉଥିବା ବେଳେ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ସନ୍ତୋଷ ତଳେ ପଡିଯାଇଥିଲେ l ଖବର ପାଇ ସଙ୍ଗେସଙ୍ଗେ ଦମକଳ ବାହିନୀ କର୍ମଚାରୀ ବାଲିଗୁଡା ମେଡିକାଲରେ ଭର୍ତ୍ତୀ କରିଥିଲେ, ସେଠାରେ କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ପରେ ପରେ ବାଲିଗୁଡା ପୋଲିସ ସଦଳବଳ ସହ ଏସଆଇ ପ୍ରମୋଦ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଏକ ମାମଲା ରୁଜୁ କରି ଗାଡି ଦୁଇଟି ଯାକକୁ ଜବତ କରିବା ସହ ଭ୍ୟାନର ଡ୍ରାଇଭରକୁ ଥାନାକୁ ଆଣି ଅଧିକ ତଦନ୍ତ ଅବ୍ୟାହତ ରଖିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.