ହିଲ୍ ଟାଉନ୍ ସିଭିଲ ସୋସାଇଟି ପକ୍ଷରୁ ମହିଳା ସଶକ୍ତିକରଣ ଉପରେ ମିନି ମାରାଥନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ହିଲ୍ ଟାଉନ୍ ସିଭିଲ ସୋସାଇଟି ଆନୁକୁଲ୍ୟରେ ମହିଳା ସଶକ୍ତିକରଣ ଉପରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷ ସଂଯୁକ୍ତା ବେହେରା ସବୁଜ ପତାକା ଦେଖାଇ ଲେନ ୪ ପଶ୍ଚିମ ଠାରେ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ମାନସୀ ଜେନା, କାଉନସିଲର ୧୫ ନମ୍ବର ୱାର୍ଡ, ମହେନ୍ଦ୍ର ପଣ୍ଡା, ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ, ସଞ୍ଜୟ ମିଶ୍ର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, ଦେବେନ୍ଦ୍ର ବିଶି, ସ୍ଵାଧୀନ ପାତ୍ର ଯୋଗ ଦେଇଥିଲେ। ଲେନ ୪ ପଶ୍ଚିମ ଠାରୁ ସିଆରପିଏଫା କ୍ୟାମ୍ପ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତଯୋଗିତାରେ ପ୍ରତ୍ୟୁଷ ମୁଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସୋସାଇଟି ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ ସମସ୍ତ ଅତିଥିଙ୍କୁ ସ୍ଵାଗତ ଜଣାଇବା ସହ ମାରାଥନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସଭାପତି ପ୍ରତାପ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ସେନାପତି, ସନ୍ତୋଷ ସେନାପତି, ପ୍ରଶାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.