ମୂର୍ଚ୍ଛନା ସାହିତ୍ୟ ସଂସଦ ପକ୍ଷରୁ ଶୀତକାଳୀନ ସାରସ୍ଵତ ସମାରୋହ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାର ଆନୁକୁଲ୍ୟରେ ଶୀତକାଳୀନ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଠାରେ କବିତା ପାଠ (ପ୍ରଥମ ଚରଣ), ପୁସ୍ତକ ଉନ୍ମୋଚନ ଭାଗୀରଥି ସାଗରଙ୍କ ପ୍ରଥମ କବିତା ସଂକଳନ ସାଗର ଗର୍ଭ ର ସମ୍ମର୍ଦ୍ଧନା ପର୍ବ ଆୟୋଜିତ ହୋଇଥିଲା । ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାରର ସଭାପତି କୈଳାସ ରାଉତ (ବିଶିଷ୍ଟ ସାହତ୍ୟିକ) ଉପସ୍ଥିତ ଥିଲେ ଏହି ଶୀତକାଳୀନ ସାରସ୍ଵତ ସମାରୋହ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଜୁନାଗଡ ଦ୍ଵାରା ଉଦ୍ଘାଟିତ ହୋଇଥିଲା ଏଠାରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ରାସବିହାରୀ ବେହେରା, (ପୂର୍ବତନ ମନ୍ତ୍ରୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ) ଉପସ୍ଥିତ ଥିଲେ । ସମ୍ମାନନୀୟ ଅତିଥି ଭାବରେ ସୁଦର୍ଶନ ଦାସ (ବିଶିଷ୍ଟ ସାହିତ୍ୟିକ), ଉଦ୍ଧବ ଚରଣ ସାହୁ (ବିଶିଷ୍ଟ କବି), ସତ୍ୟନାରାୟଣ ରାଜପୁତ (ବିଶିଷ୍ଟ କବି), ଦେବେନ୍ଦ୍ର କୁମାର ବିଶି (ବରିଷ୍ଟ ସାମ୍ବାଦିକ) ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼. ଉମେଶ ଚନ୍ଦ୍ର ଶତପଥୀ (ବିଶିଷ୍ଟ ଶିକ୍ଷାବିତ ଓ ଗବେଷକ) ଏବଂ ସମ୍ମାନନୀୟ ବକ୍ତା ଡ଼. ତପନ କୁମାର ରଥ (ଅଧ୍ୟାପକ ଓ ଗବେଷକ), ପୁସ୍ତକର ସମୀକ୍ଷକ ପରମେଶ୍ବର ମୁଣ୍ଡ (ବିଶିଷ୍ଟ ନାଟ୍ୟକାର ଓ ଗବେଷକ) ଓ  ଅଜୟ ଦାସ ଉପସ୍ଥିତ ଥିଲେ । କଳାହାଣ୍ଡି ମାଟିର ଜଣାଶୁଣା କବି ଜାନହୁ ବିଶି ତାଙ୍କର କବିତା ମୁଇ ତୋ କଳାହାଣ୍ଡିଆ ପ୍ରକାଶିତ କରିଲେ । ଜୁନାଗଡ଼ର କବି ଓ କବିୟାତ୍ରି ନିଜର କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ସତ୍ୟନାରାୟଣ ନାୟକ (ବିଶିଷ୍ଟ କବି)ଙ୍କୁ ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ପାଠାଗାର ପକ୍ଷରୁ ସମ୍ମାନିତ କରାଯାଇଥିଲା । ଶେଷରେ ଭାଗୀରଥି ସାଗରଙ୍କ କବିତା ସଂକଳନ ସାଗର ଗର୍ଭ ଉନ୍ମୋଚିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.