ବାଣ୍ଡିଗାଁ ଅମୂଲ୍ୟ କୁମାର ସ୍ମୁତି ଉଚ୍ଚ ବିଦ୍ୟାପୀଠ ଠାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁ ଅମୂଲ୍ୟ କୁମାର ସ୍ମୁତି ଉଚ୍ଚ ବିଦ୍ୟାପୀଠଠାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଓଷ୍ଟାର ଜୟପାଟଣା ବ୍ଲକ ସଂପାଦକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ଖଡିକାର ଅଂଶ ଗ୍ରହଣ କରି ସାଙ୍ଗଠନିକ ପତାକା ଉତ୍ତୋଳନ କରିଥିବା ବେଳେ ବିଦ୍ୟାପୀଠର ସଭାପତି ରାମ ନାରାୟଣ ମୁଣ୍ଡ ମଞ୍ଚ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକର ୧୫ ଗୋଟି ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମୁରାରୀଧର ସାହୁ, ମଙ୍ଗୁଳି ଚରଣ ମୁଦୁଲି,ହିମାଞ୍ଚଳ ରାଉତ, ସୁରେନ୍ଦ୍ର ନାୟକ, ଇଶ୍ବରୀ ବାଣୁଆ ପ୍ରମୁଖ ଉପସ୍ଥିତ ଥିବାବେଳେ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ସଭାପତି ରାମ ନାରାୟଣ ମୁଣ୍ଡ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଓଷ୍ଟାର ସହ ସଂପାଦକ ସୂର୍ଯ୍ୟ ନାରାୟଣ ଠାକୁର, ସମ୍ମାନିତ ଅତିଥି ଭାବେ ଜୟପାଟଣା ବ୍ଲକ ଓଷ୍ଟା ସଭାପତି ଭିକାରୀ ଚରଣ ସାହୁ, ବରିଷ୍ଠ ଶିକ୍ଷକ ରାଜ୍ୟ ଓଷ୍ଟା ଉପସଭାପତି ରବିନ୍ଦ୍ର କୁମାର ମୁଣ୍ଡ ପ୍ରମୁଖ ମଞ୍ଚାସିନ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।  ବିଦ୍ୟାଳୟର ଶିକ୍ଷକ ନାରାୟଣ ସାହୁ, ରଞ୍ଜନ କର, ଜୟନ୍ତ କୁମାର ପୁରୋହିତ, ରଜତ କୁମାର ମିଶ୍ର, ମକରନ୍ଦ ପାଣିଗ୍ରାହୀ, ଲକ୍ଷ୍ମଣ ପ୍ରସାଦ ସହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ଯୋଗୀନ୍ଦ୍ର ହଂସ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଶାନ୍ତ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.