ସୁବର୍ଣ୍ଣପୁର ବାର ଆସୋସିଏସନ ଓ ଜୁଡ଼ିସିଆଲ ପକ୍ଷରୁ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ବାର ଆସୋସିଏସନ୍ ଓ ଜୁଡ଼ିସିଆଲ ପକ୍ଷରୁ ସ୍ଥାନୀୟ କଲେଜ ପଡିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ଦୌରା ଜଜ୍ ରଶ୍ମି ମୋହନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଫେମିଲି ଜଜ ପ୍ରଜ୍ଞା ପାଣିଗ୍ରାହୀ, ସିଜେଏମ ପ୍ରିୟ ରଂଜନ ବାରିକ, ରେଜିଷ୍ଟ୍ରାର ସାଦ୍ୟସ୍ନାତା ପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ମୂଖ୍ୟ କୁମୁଦିନୀ ମୁଦୁଲି, ଏସଡିଜେଏମ ସୁଦେଷ୍ଣା ପଟ୍ଟନାୟକ, ବାର ଏସୋସିଏସନ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳୀଙ୍କୁ ଉତ୍ସାହିତ ଓ କୃତି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଜୁଡ଼ିସିଆଲ ଦଳର ଅଧିନାୟକ ରକି ମେହେରଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ବାର ସଂଘ ଟିମ୍ କୁ ୫ ୱିକେଟ ରେ ୨୦୭ ରନ ଟାର୍ଗେଟ ଦେଇଥିଲେ। ଏହି ଟାର୍ଗେଟକୁ ପିଛା କରି ବାର ସଂଘର ଅଧିନାୟକ ନନ୍ଦ କିଶୋର ତ୍ରୀପାଠୀ ଙ୍କ ଦଳ ୪ ୱିକେଟ ରେ ୧୫୬ ରନ କରିଥିଲେ। ବିଜେତା ଦଳର ଶଶିକାନ୍ତ ଦେହୁରୀ ୯୦ ରନ କରି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇ ଥିବା ବେଳେ ବାର ସଂଘ ଦଳ ର ଅସୁମ୍ ପାଣିଗ୍ରାହୀ ୯୮ ରନ କରି ୨ ୱିକେଟ୍ ହାସଲ କରିଥିଲେ। ଆଇନଜୀବୀ ଅରବିନ୍ଦ ପୂଜାରୀ ଓ ଶ୍ରୀକାନ୍ତ ଦାଶ ଖେଳ ପରିଚାଳନା କରିଥିବା ବେଳେ ବାର ସଂଘ ସମ୍ପାଦକ ପ୍ରଫୁଲ୍ଲ ସାହୁ, ନିରଂଜନ ଶତପଥୀ, ଓଁକାର ପ୍ରଧାନ, ରବୀନ୍ଦ୍ର କୁମ୍ଭାର ପ୍ରମୁଖ ଅୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.