ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ୬୭ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ ନିମନ୍ତେ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ୬୭ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଏବଂ ୨୫ ଜଣକୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଆସ୍କା ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ଅରୁଣ କୁମାର ମହାଙ୍କୁଡ, ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା,ଭବାନୀ ଶଙ୍କର ନାହାକ, ଲିଙ୍ଗରାଜ ବେହେରା, କେ ପ୍ରମୋଦ ଅଚାରୀ, ସଭ୍ୟା ଯମୁନା ବେହେରା, ସୁଜତା ବେହେରା, କାଉନସିଲର ପ୍ରତିନିଧି ଭାଗିରଥି ବେହେରା, ରଞ୍ଜନ ବେହେରା, ବିଶ୍ଵଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ୱାର୍ଡର ଉନ୍ନତି ନେଇ ଆଲୋଚନା କରିଥିଲେ। ଏଥିରେ ଏନଏସିର ବରିଷ୍ଠ ସହାୟକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପିଙ୍ଗୁଆ, ରଶ୍ମିରାଣୀ ନାୟକ, ରଞ୍ଜିତା କୁମାରୀ ପଣ୍ଡା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ୍ସପଟ ଭଟ୍ଟମିଶ୍ର, ସଂଗ୍ରାମ କେଶରୀ ନାୟକ, ବିକ୍ରମ ବେହେରା, ବରୁଣ କୁମାର ବେହେରା ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.