ପୋଲିସ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଚେତନା ଅଭିଯାନ କାର୍ଯ୍ୟକ୍ରମ

କଳାହାଣ୍ଡି/ ଓଡିଆ ବାର୍ତ୍ତା (ରଜତ ବଂଶଳ): ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ, ପ୍ରଗତି ଶିକ୍ଷାନୁଷ୍ଠାନ ଭବାନିପାଟଣା, ଇଂ ଦିନେଶ ଜୈନ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ସ୍ଥିତ ପୋଲିସ ଉଚ୍ଚ ବିଦ୍ଯାଳୟ ଠାରେ ୧୦୫ତମ ଶିକ୍ଷା ଚେତନା ଅଭିଯାନ ଅନୁଷ୍ଠିତ ହେଇଯାଇଛି। ପ୍ରଧାନ ଶିକ୍ଷକ ଜୟରାମ ସାହୁଙ୍କ ଅଧ୍ଯକ୍ଷତାରେ ବିଶିଷ୍ଟ ସମାଜସେବୀ ଜୟନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୂଖ୍ଯ ଅତିଥି ଭାବରେ ଭବାନିପାଟଣା କେନ୍ଦ୍ର ସମବାୟ ସମିତି ବ୍ଯାଙ୍କ ଲିଃ ସଭାପତି ଗିରୀଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରଗତି ଶିକ୍ଷାନୁଷ୍ଠାନ ସଂପାଦକ ଅଜୟ କୁମାର ପଣ୍ଡା, ଜିଲ୍ଲା ଯୋଜନା ବୋର୍ଡ ସଭ୍ୟ ପ୍ରଶାନ୍ତ କୁମାର ଠାକୁର, ବର୍ଷିଆନ ସମାଜସେବୀ ସୁଧାଂଶୁ ଶେଖର ନେଗୀ, ସମାଜସେବୀ ନୀରଜ୍ଞନ ଜୈନ, ବିଶିଷ୍ଟ କବି ଭବାନୀ ଶଙ୍କର ନିଆଲ, ଯୁବ ସଂଗଠକ ବିରଜା ପ୍ରସାଦ ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବିଜ୍ଞାନ, ସଂସ୍କୃତି, ତିଥି, ପର୍ବପର୍ବାଣି, ପୁରାଣ, ଇତିହାସ, ମହାପୁରୁଷ ଙ୍କ ଜୀବନି, ସ୍ବାଧୀନତା ସଂଗ୍ରାମ ଓ ଜଣାଅଜଣାକୁ ନେଇ ପ୍ରଶ୍ନମଞ୍ଚ ଆୟୋଜନ କରାଯାଇ କ୍ରୁତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ ଓ ପୁରସ୍କୃତ କରାଯାଇଥିଲା। ଏଥିରେ ପ୍ରଗତି ଶିକ୍ଷାନୁଷ୍ଠାନ, ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ଓ ପୋଲିସ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ମୋନାଲିସା ଓଝା ବିଚାରକ ଭାବେ ଯୋଗଦାନ କରିଥିବା ବେଳେ କ୍ରୁଷ୍ଣାମୟୀ ପଟେଲ ଗଣକ ଦାୟିତ୍ୱ ସଂପାଦନ କରିଥିଲେ। ସଂଗଠନ ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଲକ୍ଷ୍ୟ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଶିକ୍ଷକ ଯଦୁମଣି ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରବିନ୍ଦ୍ର କୁମାର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.