ଲାଞ୍ଜିଗଡ଼ରୋଡ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ କାର୍ଯ୍ୟର ପ୍ରଗତି ଓ ବିକାଶ ତଥା ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଅଛି। ହେଲେ ଗ୍ରାମାଞ୍ଚଳର ଲୋକ ନିଜ ସମସ୍ୟା ଗୁଡିକୁ ଜିଲ୍ଲା ବା ବ୍ଲକରେ ହେଉଥିବା ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରର ଗୁଡ଼ିକରେ ଉପସ୍ଥିତ ହୋଇ ଅଭିଯୋଗ କରିପାରୁ ନାହାନ୍ତି।ଏହାକୁ ସରକାର ତଥା ଜିଲ୍ଲାପାଳ ହୃଦୟଙ୍ଗମ କରି ପ୍ରତି ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତରେ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀଅଧିକାରୀ ଡମ୍ବରୁଧର ସେନାପତି ପରିଚାଳନା କରିଥିବାବେଳେ ଏହି ଶିବିରରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର, ସମିତି ସଭ୍ୟ ମୁକ୍ତା ଭୋଇ, ଜିପିଓ ସରୋଜ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ସରକାରୀ, ବେସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ଧର୍ମରାଜ ବାଗଙ୍କ ନେତୃତ୍ବରେ ଗାଁସାଥୀ ସୁଶାନ୍ତ ଚନ୍ଦନ, ଚମ୍ପା ମାଝୀ, କର୍ମଚାରୀ ଦେବରାଜ ଗଉଡ କେଶବ ଲାଲ୍ ଜେଠୁଆ,ଜଗନ୍ନାଥ ଚନ୍ଦନ କାର୍ଯ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ୫୭, ରାସନ କାର୍ଡ ୪, ଭତ୍ତା ୪, ଛେଳି ଗୁହାଳ ୨, ଗାଇ ଗୁହାଳ ୨, ଅନ୍ୟାନ୍ୟ ୪ ସମୁଦାୟ ୭୩ଟି ଅଭିଯୋଗ ଆସିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.