ନବନିର୍ମିତ ନର୍ଲା ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ନେଇ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯାଦବ ଭବନଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ  କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସହର ଯାଦବ ସମିତି ଭବାନୀପାଟଣାର କାର୍ଯ୍ୟକାରୀ ସଭାପତି ପରମେଶ୍ବର କାଣ୍ଡଙ୍କ ସମେତ ନର୍ଲା ବ୍ଲକ ଯାଦବ ସମିତି କାର୍ଯ୍ୟକର୍ତ୍ତା, ଆଞ୍ଚଳିକ ଯାଦବସମିତି ସଭାପତି ଓ କର୍ମକର୍ତ୍ତାମାନେ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନବନିର୍ମିତ ନର୍ଲା ଯାଦବ ଭବନର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆୟୋଜନ କରିବା ପାଇଁ ସଭାରେ ସ୍ଥିରିକୃତ ହୋଇଛି। ଏହି ଅବସରରେ ନର୍ଲା ବ୍ଲକ ଅଞ୍ଚଳରୁ ଅନୁନ୍ୟ ଦଶ ହଜାର ଯାଦବ ଯୋଗଦେବାକୁ ଥିବାରୁ ଶୃଙ୍ଖଳିତ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି ଖେଳ ସହ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକର୍ତ୍ତା ସମେତ ବହୁ ବିଶିଷ୍ଟ ଯାଦବ ନେତୃତ୍ବ ଯୋଗଦେବେ। ଯାଦବ ଭବନ ପ୍ରତିଷ୍ଠା ପାଇଁ ତିଥି ଓ ତାରିଖ ଅଳ୍ପଦିନ ମଧ୍ୟରେ ଘୋଷିତ ହେବ ବୋଲି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି। ନର୍ଲା ବ୍ଲକ ଯାଦବ ସମିତି ଆନୁକୁଲ୍ୟରେ ଆୟୋଜିତ ଉକ୍ତ ପ୍ରସ୍ତୁତି ବୈଠକରେ ବରିଷ୍ଠ ଯାଦବ ନେତୃତ୍ବ ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ବ୍ଲକ ଉପସଭାପତି ଲିଙ୍ଗରାଜ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.