ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଟ୍ଟାଙ୍ଗଗୁଡ଼ା ଓ ସର୍ଗିଗୁଡା କ୍ଲଷ୍ଟର ପକ୍ଷରୁ ମିଳିତ ଭାବେ ‘ଆମ ସଂସ୍କୃତି, ଆମ ଖେଳନା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଉଭୟ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସାଧନ କର୍ମୀ ଭାବେ ଚିତ୍ରଶିଳ୍ପୀ ଯତୀନ୍ଦ୍ର ମହାପାତ୍ର, କଳାହାଣ୍ଡି ଆର୍ଟ କଲେଜର ଅଧ୍ୟକ୍ଷ ଚିନ୍ତୁପ୍ରସାଦ ନାଏକ, ଏଲ. ସମୀର ଆଚାରୀ, ଜ୍ୟୋତିରଞ୍ଜନ ଦାଶ ଯୋଗଦେଇ ସଂସ୍କୃତି ଓ ପରମ୍ପରା ଆଧାରିତ ଖେଳନା ପ୍ରସ୍ତୁତି ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନମୁନା ପ୍ରଦର୍ଶନ ଦେଖେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହାକୁ ଗୁରୁତ୍ୱର ସହ ପର୍ଯ୍ୟବେକ୍ଷଣ କରି ନିଜେ ନିଜେ ଖେଳନା ପ୍ରସ୍ତୁତ କରିଥିଲେ। ଅଟାଙ୍ଗଗୁଡା ସିଆରସିସି ବିଜୟ ଦାଶ ଓ ସର୍ଗିଗୁଡା ସିଆରସିସି ମହମ୍ମଦ ଜାକିରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ଡିଲେଶ୍ୱର ରଣା ସଂଯୋଜନା କରିଥିଲେ। ଏଥିରେ କାମଠଣା ସିଆରସିସି ଦୁର୍ଗା ଆଚାରୀ, ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା, କଲ୍ୟାଣି ଗଉଡ଼, ସରିତା ମହାପାତ୍ର, ଯାଜ୍ଞସେନୀ ପ୍ରଧାନ, ପ୍ରେମମଞ୍ଜରୀ ଶବର, ଶିକ୍ଷକ ବେଣୁଧର ବିଶ୍ୱାଳ, ଜି. ସାଇକ୍ରିଷ୍ଣା, ନାରାୟଣ ନିଆଲ, ପ୍ରବୀଣ ପାତ୍ର, ସୁବେ ମାଝୀ, ଶଙ୍କର ବିଶି, ସୁଶାନ୍ତ ସ୍ୱାଇଁ, ମମିନ ସାହୁ, ଶିକ୍ଷୟିତ୍ରୀ ରାଜକୁମାରୀ ଶବର, ଶର୍ମିଳା ଦାସ, ବିନୋଦିନୀ ସାହୁ, ସସ୍ମିତା ବାବୁ, ବନ୍ଦନା ମହାରଣା, ରୁବିତାଞ୍ଜଳି ପଣ୍ଡା, ସଂଘମିତ୍ରା ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।





