ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡିର ବିଭିନ୍ନ ସାମଗ୍ରୀ ସଇଁତଳା ଥାନାରେ ଛାଡି ଫେରୁଥିବା ସମୟରେ ରାସ୍ତାରେ ପିକଅପ ଭ୍ୟାନ ଓଲଟି ୩ ପୋଲିସ କର୍ମଚାରୀ ଗୁରୁତର ଆଘାତ ହୋଇଥିବା ଜଣାପଡିଛି। ଆଘାତ ବ୍ୟକ୍ତି ହେଲେ କନେଷ୍ଟବଳ ଘନଶ୍ୟାମ ଥନାପତି, ହୋମ ଗାର୍ଡ ଫିରୋଜ ବଗର୍ତି ଓ ଦେବରାଜ ସେଠ। ସେମାନେ ଗୁରୁତର ହୋଇ ବଲାଙ୍ଗୀର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ଅନୁସାରେ ସେମାନେ ଫେରୁଥିବା ସମୟରେ ରାସ୍ତାର ଟିକ୍ରାପଡା ଗୋଲାଣି ବ୍ରାହ୍ମଣୀ ପୋଲ ନିକଟରେ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡ଼ିଟି ଅତି ପୁରୁଣା ହୋଇ ଯାଇଥିବା ଆଲୋଚନା ହେଉଛି। ଘଟଣାସ୍ଥଳରୁ ଡ୍ରାଇଭର ନାରାୟଣ ସାହୁ ଫେରାର ମାରିଥିବା ବେଳେ ପୋଲିସ ଗାଡିକୁ ଫାଣ୍ଡିକୁ ଆଣିଥିବା ଜଣାପଡିଛି। ଏ ନେଇ ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ରଙ୍କୁ ପଚାରିବାରୁ ଉଭୟ ୩ ଜଣ କର୍ମଚାରୀ ସଇଁତଳା ଥାନାରୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଆଘାତ ହୋଇଥିବା ପ୍ରକାଶ କରିଛନ୍ତି।




