ଅଭିନେତ୍ରୀ କଙ୍ଗନା ରଣଓ୍ବତ ଲଢ଼ିବେ ଲୋକସଭା ନିର୍ବାଚନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନିର୍ବାଚନ ଲଢିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ତାଙ୍କ ବାପା ଅମରଦୀପ କଙ୍ଗନା ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି । ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପିତା ଅମରଦୀପ ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା କେବଳ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ, କିନ୍ତୁ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଦଳ ନିଷ୍ପତ୍ତି ନେବ । କଙ୍ଗନା ନିକଟରେ କୁଲୁସ୍ଥିତ ତାଙ୍କ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କୁ ମଧ୍ୟ ଭେଟିଥିଲେ । ବୈଠକ ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ ହିମାଞ୍ଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ଏକ ସାମାଜିକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବି କଙ୍ଗନା ଅଂଶଗ୍ରହଣ କରିଥିଲେ । ମାଙ୍ଗି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ କଙ୍ଗନା ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା ହେଉଛି । କିଛି ମାସ ପୂର୍ବେ ଗୁଜୁରାଟର ଦ୍ୱାରକାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଙ୍ଗନା ରାନାୱତ ସ୍ପଷ୍ଟ କରିଥିଲେ ଯେ ଯଦି ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତି ତେବେ ସେ ନିଶ୍ଚିତ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.