ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ ମ୍ୟାଚ୍: ତୁଳାପଡ଼ା ଦଳ ଚମ୍ପିୟାନ, ରଜା ପଡା ରନର୍ସ ଅପ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚ୍ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମ୍ୟାଚଟି ତୁଳାପଡା ଓ ରଜାପଡା ମଧ୍ଯରେ ଅନୁଷ୍ଠିତ ହୋଇ ଥିଲା। ଏଥିରେ ତୁଳା ପଡା ଦଳ ୧-୦ ରେ ବିଜୟୀ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ଥିବା ବେଳେ ବିଜୁ ଜନତା ଦଳ ମ.ରାମପୁର ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଯୁବ ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ, ରାକେଶ କୁମାର ଶତପଥୀ, ଯୁବ ବିଜେଡ଼ି ସଭାପତି ସତ୍ୟ ନାରାୟଣ ସାହୁ, ପ୍ରେମ୍ ସାଗର ନାଏକ, ଅମିତ୍ ଅଗ୍ରୱାଲ (ପପୁ) ପ୍ରମୁଖ ମଞ୍ଚାସିନ ରହି ଥିଲେ। ମୁଖ୍ୟ ଅତିଥି ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣାମେଣ୍ଟଟି ମ.ରାମପୁର ପଞ୍ଚାୟତ ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜନ ହୋଇ ଥିଲା। ଖେଳ ପରିଚାଳନାରେ ପ୍ରବୀଣ ଭୋଇ ଏବଂ ବିଜୁ ଜନତା ଦଳ ର ସମସ୍ତ କର୍ମୀ ସହଯୋଗ କରିଥିଲେ। ବଳରାମ ବାଗ ମୂଖ୍ୟ ଖେଳ ପରିଚାଳକ ଥିବା ବେଳେ ଲାଇନ୍ ମ୍ୟାନ୍ ଭାବେ ବିମ୍ବାଧର ନାଗ ଓ ପିଣ୍ଟୁ ଚନ୍ଦନ। ଧାରା ବିବରଣୀ ମୋହନ ଶଙ୍କର ପଧାନ। ଏହି ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.