ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବ୍ଲକ ସ୍ତରୀୟ କଲାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ପାଳନ ପାଇଁ ଆଜି କୋକସରା ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି। ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡ଼ିଓ ସ୍ନେହପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ପିଏଚଓ ଶର୍ମିଲା ଛତ୍ରିଆ, ସିଡିପିଓ ସରୋଜା ଦେବୀ, ଆମପାଣି ଜିଲ୍ଳା ପରିଷଦ ସଭ୍ୟ ହେମନ୍ତ ମାଝୀ, କନିଷ୍ଠଯନ୍ତ୍ରୀ ଅମ୍ବିକା ମାଝୀ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ସଭା ପରିଚାଳନା ସହ ଗତବର୍ଷର ବିବରଣୀ ପଠନ କରି ଆସନ୍ତା ୨୦୨୪ କଳାହାଣ୍ଡି ଉତ୍ସବକୁ କିପରି ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ସମାପନ କରାଯିବ ସେ ନେଇ ବିଭିନ୍ନ ବିଭାଗର ପରିଚାଳନା କମିଟି ଗଠନ କରି ସୁଚାରୁରୂପେ ଦାୟିତ୍ୱ ବହନ କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତଙ୍କ ପରାମର୍ଶ ଓ ସହମତି କ୍ରମେ ଆସନ୍ତା ଜାନୁଆରୀ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଥିଲା। ଗତ ବର୍ଷ ଅପେକ୍ଷା ଏବର୍ଷ ମଧ୍ୟ ଭିନ୍ନ ଭିନ୍ନ ଷ୍ଟଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମାନ ଉଚ୍ଚ କୋଟିର ପ୍ରଦର୍ଶନୀ ହୋଇ ଲୋକଙ୍କ ଚିତ୍ତ ଆକର୍ଷଣ କରିବ ସେନେଇ ପୁରୁଷୋତ୍ତମ ଗୁପ୍ତା, ଐରୀ ନାଶନ ଚିନ୍ଦା, ଶୁଭ୍ରାଂଶୁ କୁମାର ବେହେରା, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ସୁଶାନ୍ତ ବେହେରା ଏବଂ କୋକସରା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.