ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ସ୍ଥିତ ଧଅଁରାଭଟ୍ଟା ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷିରେଶ୍ୱର ପଧାନ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ସୁବିଧା ଓ ଅସୁବିଧା ସମ୍ପର୍କ ରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଟେମ୍ ଲାଲ୍ ଦୁବେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ହେବା ଆବଶ୍ୟକ ଯାହା ସମାଜରେ ଗୋଟିଏ ଗୋଟିଏ ପ୍ରତିଭାବାନ ଛାତ୍ରଛାତ୍ରୀ ଗଠନ ସହ ଆଦର୍ଶ ବ୍ୟକ୍ତି ଗଢିତୋଳିବାରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଡେପୁଟି ରେଜିଷ୍ଟ୍ରର କଳାହାଣ୍ଡି ୟୁନିଭରସିଟି ମେଜର୍ ଡ଼ ଜୟଦେବ ସାହୁ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର,ନର୍ଲା ଅତିରିକ୍ତ ଶ୍ରମଅଧିକାରୀ ସନାନ୍ତନ ମାଝୀ, ବ୍ଲକ ଶିକ୍ଷାଧିକାରୀ ନମିତାରାଣୀ ଭୋଇ, ବିଶ୍ଵନାଥପୁର ଥାନାଧିକାରୀ ମମତା ହେମ୍ରମ, ପୂର୍ବତନ ବ୍ଲକ ଶିକ୍ଷା ଅଧିକାର ସଞ୍ଜୀବ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ପୂର୍ବ ଅନୁଭୂତି ବର୍ଣ୍ଣନା କରିବା ସହ ଅଭିଭାବକ, ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଏକ ସୁନ୍ଦର ଅନୁଷ୍ଠାନ ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସଚେତନ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମମାନ ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷକ ଡିନେଶ କୁମାର ଶବର, ଗୋପିନାଥ ସାହୁ, ଭବାନୀଶଙ୍କର ମିଶ୍ର, ଜି.ସୁଦାମ, ସୋନମ୍ ସୁହାଷିନୀ, ସୂର୍ଯ୍ୟକାନ୍ତ ପ୍ରଧାନ, ବିବେକାନନ୍ଦ ସାହୁ, ସନ୍ତୋଷ ମେହେର, ଅମୁଲ୍ୟ ଚନ୍ଦ୍ର, ଚନ୍ଦ୍ରଧ୍ୱଜ ସରଙ୍ଗୀ, ପ୍ରଦ୍ଵୁତ ଲିମା, ସୁଦାମ ସାହୁ, ଅଜୟ ପଲେଇ, ଅଲେଖ କୁମାର ସେଟ, ହିମାଂଶୁ ଜାଲ୍, ତତେଶ୍ଵର ମୁଣ୍ଡଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।






