ସ୍ୱାମୀଙ୍କୁ ଅପମାନିତ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ : ସ୍ୱାମୀଙ୍କୁ ସର୍ବସାଧାରଣରେ ହଇରାଣ କରିବା, ଅପମାନିତ କରିବା ଏବଂ ତାଙ୍କୁ ମାଇଚିଆ ବୋଲି କହିବା ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ । ତେଣୁ ସ୍ୱାମୀ ଚାହିଁଲେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ସ୍ତ୍ରୀଙ୍କ ବ୍ୟବହାରରେ କ୍ରୁରତା କାରଣରୁ ଏକ ବିବାହିତ ଦମ୍ପତିଙ୍କ ଛାଡ଼ପତ୍ର ଆବେଦନକୁ ସମର୍ଥନ କରି ଏହାକୁ ଅନୁମତି ଦେଇଛନ୍ତି । ଜଷ୍ଟିସ ସୁରେଶ କୁମାର କୈତ ଏବଂ ନୀନା ବଂସଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଜଣେ ସ୍ୱାମୀଙ୍କ ବିରୋଧ କରାଯାଇଥିବା ବେପରୁଆ, ବଦନାମ ତଥା ଭିତ୍ତିହୀନ ଅଭିଯୋଗ, ଯାହା ତାଙ୍କର ଭାବମୂର୍ତ୍ତିକୁ ସର୍ବସାଧାରଣରେ କ୍ଷୁର୍ଣ୍ଣ କରିବାର ପ୍ରଭାବ ରହିଛି, ତାହା ସ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ ।

କୋର୍ଟ କହିଛନ୍ତି ବିବାହ ହେଉଛି ବିଶ୍ୱାସ ଏବଂ ସମ୍ମାନ । ଏକ୍ଷେତ୍ରରେ ଜଣେ ଅନ୍ୟ ଜଣଙ୍କ ସହିତ ଏପରି ଆଚରଣ କରିବେ ବୋଲି ଆଶା କରାଯାଇପାରିବ ନାହିଁ । ଯାହା ନିଜ ସାଥୀଙ୍କ ଉପରେ ବିଶ୍ୱାସର ଅଭାବ ଦର୍ଶାଉଛି । ଦୁର୍ଭାଗ୍ୟବଶତଃ, ଏହି ମାମଲାରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୂ ସର୍ବସାଧାରଣରେ ମାନସିକ ନିର୍ଯାତନା ଦେଉଛନ୍ତି, ଅପମାନିତ କରୁଛନ୍ତି ଏବଂ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି । ଅନ୍ୟ ମହିଳାଙ୍କ ସହିତ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ଥିବା କହୁଛନ୍ତି । ଏହା ଜଣେ ସ୍ୱାମୀଙ୍କ ପ୍ରତି ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ ।

ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନରେ କ୍ରୁରତା କାରଣରୁ ଛାଡ଼ପତ୍ରକୁ ପାରିବାରିକ ଅଦାଲତ ଖାରଜ କରିଦେଇଥିଲେ । ଏହାପରେ ପାରିବାରିକ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ କହିଥିଲେ କୌଣସି ସମ୍ପର୍କ ଅଧା ସତ୍ୟ, ଅଧା ମିଥ୍ୟା, ଅଧା ସମ୍ମାନ ଏବଂ ଅଧା ବିଶ୍ୱାସ ଉପରେ ଠିଆ ହୋଇପାରିବ ନାହିଁ ।

କୋର୍ଟ କହିଛନ୍ତି ସ୍ୱାମୀ ପ୍ରାୟ ୬ ବର୍ଷ ଧରି ସ୍ତ୍ରୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି । ଏପରି କାର୍ଯ୍ୟ ପ୍ରମାଣିତ କରେ ଯେ ସ୍ତ୍ରୀ ସ୍ୱାମୀ ପ୍ରତି କ୍ରୁରତା ପ୍ରଦର୍ଶନ କରୁଛନ୍ତି । ଫଳରେ ତାଙ୍କ ମନରେ ମାନସିକ ଯନ୍ତ୍ରଣା ଏବଂ ଆଘାତ ସୃଷ୍ଟି ହେବା ସହିତ ସ୍ୱାମୀ ବେଳେବେଳେ ଆତ୍ମହତ୍ୟା ବିଷୟରେ ଚିନ୍ତା କରୁଛନ୍ତି । ତେଣୁ ଛାଡପତ୍ର ଆବେଦନକୁ ମଞ୍ଜୁର କରାଯାଉଛି ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.