୧୯୯୧ ଶତାୟୁ ଉଚ୍ଚ ବିଦ୍ୟାଳୟ ମ୍ୟାଟ୍ରିକ ବ୍ୟାଚ ଛାତ୍ରଙ୍କ ବନ୍ଧୁ ମିଳନ

ମୃତ ଗରିବ ବନ୍ଧୁଙ୍କ ପରିବାରକୁ ସହାୟତା ପାଇଁ ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲା ଗୁଣୁପୁର ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୧ ମସିହା ମାଟ୍ରିକ ବ୍ୟାଚ ଛାତ୍ରମାନଙ୍କ ଏକ ବନ୍ଧୁ ମିଳନ ବୈଠକ ବିଦ୍ୟାନିକେତନ ସ୍କୁଲ ନିକଟ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପୁରାତନ ଛାତ୍ର ମାନେ ଏକତ୍ରିତ ହୋଇଥିଲେ। ଚଳିତ ବର୍ଷ ୨୦୨୩ ମସିହାରେ ୪ଜଣ ସହପାଠୀ ମନୋଜ ପଟନାୟକ, ପି ଭେଙ୍କଟ ରାଓ, ରବି ଚନ୍ଦ୍ର ଶବର ଓ ହିମାଂଶୁ ସେନାପତି ଇହଧାମ ତ୍ୟାଗ କରିଥିଲେ। ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତ ବନ୍ଧୁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ବୈଠକରେ ମୃତ ବନ୍ଧୁଙ୍କ ଗରିବ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ସଭାପତି ଗିରିଶ ପାତ୍ର, ଉପ ସଭାପତି ବ୍ରଜ ସୁନ୍ଦର ପାଢ଼ୀ, ସମ୍ପାଦକ ହିମକାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଜି ଶ୍ରୀନୁ, ସଦସ୍ୟ ବାବୁ ଲିଙ୍ଗମ୍ ଓ ସିମାଞ୍ଚଳ ଆଚାର୍ଯ୍ୟ ପ୍ରମୁଖ ବିଗତ ବର୍ଷରେ ବନ୍ଧୁମାନଙ୍କ ଆର୍ଥିକ ସହାୟତା ର ବିବରଣୀ ପ୍ରଦାନ କରିଥିଲେ।ଚଳିତ ବର୍ଷ ଗଠିତ ହୋଇଥିବା କୃଷ୍ଣ ସୁଦାମା ଟ୍ରଷ୍ଟ ପକ୍ଷରୁ ଏକ ନୂତନ ବ୍ୟାଙ୍କ ଖାତା ଖୋଲା ଯାଇଥିଲା। ଯେଉଁଥିରେ ସମସ୍ତ ବନ୍ଧୁମାନେ ସ୍ଵତଃ ପ୍ରବୃତ୍ତ ଭାବେ ଅବଦାନ ଜମା କରିବା ପାଇଁ ଅନୁରୋଧ କରାଯାଇଥିଲା। ଶେଷରେ ପୁରାତନ ଛାତ୍ର ସଂଘର ସଭାପତି ଗିରିଶ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.