ମୁସ୍କାନ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ମୁସ୍କାନ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ କ୍ରୀଡା ଆୟୋଜିତ ହୋଇଯାଇଛି। ମୁସ୍କାନ ଇନ୍ତାରନେସନାଲ ସ୍କୁଲ ଚେୟାରମେନ ବିନ୍ଦିଆ ଅଗ୍ରୱାଲଙ୍କ ଅଧକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୁପେ ସ୍ୱର ସାହିତ୍ୟ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ଼ ପଦମାଲୋଚନ ବର୍ମା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁଶାନ୍ତ କୁମାର ତାଣ୍ଡି, ଖଡ଼ିଆଳ ଡାକ୍ତରଖାନାର ଡ଼ ରଂଜିତ ରାଉତ, ଖଡ଼ିଆଳ ମିଶନ ହସ୍ପିଟାଲ ଡାଇରେକ୍ଟର ନିବେଦିତା ପରମାନିତ, ସମାଜସେବୀ ଅର୍ଚନା ଗୋୟଲ, ସାମ୍ବାଦିକ ଓମ ପ୍ରକାଶ ଚୌଧୁରୀ ପ୍ରମୁଖ ଯୋଗଦେଇ ମଂଚାସୀନ ଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ହିମାଦ୍ରୀ ବାରିକ, ସୁବାସ୍ମିତା ପଟ୍ଟନାୟକ, ସେବିକା ବାରିକ, ଶାମୁକା ବକ୍ସସି ଜୋତି ବାଘ ପରିମିତ ବାରିକ ଦମୟନ୍ତୀ ବନିଛୋର, ତାପସ୍ୱାନି ବାରିକ, ଗୀତେଶ ସିଂ ବାରିକ, ସୁମିତ୍ରା କୁମ୍ଭାର, ମିତା ରାଉତ ପ୍ରମୁଖ ଏହି ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାରେ ବିଶେଷ ଭାବେ ସହଯୋଗ କରିଥିଲେ। ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ବାର୍ଷିକ କ୍ରୀଡାକୁ ଭଲ ଭାବରେ ପରିଚାଳିତ କରିବାରେ ଖେଳ ଶିକ୍ଷକ ସରୋଜ ପଣ୍ଡା, ସୌରଭ ଭୂଷଣ ପଣ୍ଡା ଓ ସୁଜିତ କୁମାର ପାତ୍ରଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସ୍କୁଲର କୁନି କୁନି ଛାତ୍ର ଛାତ୍ରୀଙ୍କୁ ଖେଳ ଶିକ୍ଷକମାନେ ବହୁତ ସୁନ୍ଦର ଭାବରେ ସବୁ ଖେଳ ପରିଚାଳିତ କରାଇଥିଲେ। ଏଥିରେ ବହୁ ସଂଖ୍ୟାରେ ଅଭିଭାବକମାନେ ଯୋଗ ଦେଇଥିଲେ। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.