ସଇଁତଲା ବ୍ଲକସ୍ତରୀୟ ନୂଆ-ଓ କ୍ରୀଡା ଉତ୍ସବ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ରଣେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଦୀର୍ଘ ୭ ଦିନ ଧରି ଏହି କାର୍ଯ୍ୟକ୍ରମରେ ଫୁଟବଲ, ଖୋଖୋ, ଭଳିବଳ, କ୍ରିକେଟ, କବାଡି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ଯୁବତୀମାନେ ଏଥିରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ୧୪୦ ପ୍ରତିଯୋଗୀ ପଞ୍ଜିକରଣ ହୋଇଥିବା ବେଳେ ୧୦୨ ପ୍ରତିଯୋଗୀ ଭାଗ ନେଇଥିଲେ। ତନ୍ମଧ୍ୟରୁ ୨୫ ଗୋଟି ଦଳ ବିଜେତା ହୋଇଥିଲେ। ଉଦଯାପନୀ ଉତ୍ସବରେ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ରିତାରାଣୀ ଥପା, ହିମାଞ୍ଚଳ ବୁଡ଼େକ, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ସରପଞ୍ଚ ସୁବ୍ରତ ନାଗ, ଗଜପତି ସାହୁ, ଶୈଳେନ୍ଦ୍ରି ମହାନନ୍ଦ, ମନୀଷ ସୁନା, ସମିତି ସଭ୍ୟ ନବୀନ ରଣା ପ୍ରମୁଖ ଯୋଗଦାନ କରିଥିଲେ। ସଭାକୁ ସଇଁତଲା ବିଡ଼ିଓ ବିନୟ ଭୋଇ  ଅଧ୍ୟକ୍ଷତା କରିଥିବାବେଳେ ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର  ପରିଚାଳନା କରିଥିଲେ। କନ୍ୟା ଆଶ୍ରମ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବରେ ସେକସନ ଅଫିସର ପର୍ଶୁରାମ ନାୟକ, ରୁଦ୍ରାକ୍ଷ ଥପା, ସଂଗ୍ରାମ ମିଶ୍ର, ଖଗେଶ୍ୱର କାମ୍ପ ଓ ବିଭିନ୍ନ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କ୍ରୀଡା ପ୍ରତିଯୋଗିତାରେ ଖେଳ ଶିକ୍ଷକ ବିନୋଦ ବିହାରୀ ବେହେରା, ସୁଦର୍ଶନ ନାୟକ, ପ୍ରଶାନନ୍ଦ ବାଗ, ରଞ୍ଜିତ ମିଶ୍ର, ପ୍ରଭୁଦତ୍ତ ଧରୁଆ, ରାଜବୁହାରୀ ବନଛୋର , କରୁଣାକର ନାୟକ, ଦିନମଣି ପୋଢ଼, ଅଭିମନ୍ୟୁ ଭୋଇ, ରାନୀ ଠାକୁର, ବନିତା ବନଛୋର ଖେଳ ପରିଚାଳନା ସହଯୋଗ କରିଥିଲେ। ଶେଷରେ ଆକାଉଣ୍ଟ ଅଫିସର ଲଛମନ ଯାନୀ ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.