ରାୟଗଡା ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ଦିନ ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାୟଗଡା ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ବ୍ଳକ ଅନ୍ତର୍ଗତ ୨୮ଗୋଟି ଗ୍ରାମ ପଂଚାୟତରେ ଥିବା ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଭିନ୍ନକ୍ଷମ ଚିହ୍ନଟ ଶିବିରରେ ବହୁ ବିଶେଷଞ ଡାକ୍ତରମାନେ ଉପସ୍ଥିତ ରହି ଭିନ୍ନକ୍ଷମ ଭାଇଭଉଣୀଙ୍କୁ ଚିହ୍ନଟ କରିଥିଲେ । ରାୟଗଡା ବ୍ଳକ ପରିସରରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ଟୁନି ହୁଇକା ଯୋଗ ଦେଇ ଭୀମଭୋଇଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭିନ୍ନକ୍ଷମ ଭାଉଭଉଣୀମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସହାୟତା ଓ ଉପକରଣ ବଂଟନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା,ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ରାୟଗଡା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ, ଗ୍ରାମ ପଂଚାୟତ ଅଧିକାରୀ ଗୋପାଳ କୃଷ୍ଣ ପଣ୍ଡା, ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ସଭାପତି ଶିଶିର କୁମାର ରାଉଳ, ସଂପାଦକ ଅମରେନ୍ଦ୍ର ନାଥ,ଓଡିଶା ବିକଳାଙ୍ଗ ମଂଚ ରାୟଗଡା ଜିଲ୍ଳା ଶାଖା ସଂପାଦକ ଜଳନ୍ଧର ବାଚେଲି ପ୍ରମୁଖ ମଂଚାସୀନ ହୋଇ ଭିନ୍ନକ୍ଷମ ସଶକ୍ତିକରଣ, ସହାୟତା ଓ ଉପକରଣ ବଂଟନ ସହ ଚିହ୍ନଟ ବ୍ୟବସ୍ଥା ସଂପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ଶିବିରରେ ୨୧୦ଜଣ ଭିନ୍ନକ୍ଷମ ଭାଇଭଉଣୀ ନିଜ ନାମ ପଂଜୀକୃତ କରିଥିବା ବେଳେ ୫ ଜଣଙ୍କୁ ୱିଲ୍ ଚେୟାର ଏବଂ ୪ ଜଣଙ୍କୁ ଟ୍ରାଇ ସାଇକେଲ ବଂଟନ କରାଯାଇଥିଲା । ଏତଦବ୍ୟତୀତ, ୨୦ ଜଣଙ୍କ ଡ଼ି.ଆର.ଆଇ. ରୂଣ ଫର୍ମ, ୨୭ ଜଣଙ୍କ ଭିନ୍ନକ୍ଷମ ଭତ୍ତା ଫର୍ମ, ୧ ଜଣଙ୍କ ଇଲେକ୍ଟ୍ରିକ ସ୍କୁଟି ଫର୍ମ ଓ ୯୮ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ଅନୁମୋଦନ କରାଯାଇ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ । ଉକ୍ତ ଶିବିରରେ ୮୩ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତଥା ବିଶେଷଜ୍ଞଙ୍କ ଦ୍ଵାରା ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.