ନର୍ଲା ମିଶନ ଶକ୍ତିର ଋଣ ମେଳା କାର୍ଯ୍ୟକ୍ରମ

୨୦୦ ଗୋଟି ଏସଏଚଜି ଗୋଷ୍ଠୀଙ୍କୁ ୫ କୋଟି ୭୫ ଲକ୍ଷ ୪୨୦୦୦ ଟଙ୍କା ଋଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେ ଆଜି ୨୮/୧୨ ଗୁରୁବାର ଅନୁଷ୍ଠିତ ହୋଇଛି ନର୍ଲା ମିଶନ ଶକ୍ତିର ଋଣ ମେଳା କାର୍ଯ୍ୟକ୍ରମ। ତିନିଗୋଟି ପର୍ଯ୍ୟାୟରେ ନର୍ଲା ବ୍ଲକ ଅଞ୍ଚଳର ୮୬୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୬ କୋଟି ଟଙ୍କା ଋଣ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ନଭେମ୍ବର ସୁଦ୍ଧା ୫୫୭ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫,୭,୩୨୦୦ ଟଙ୍କା ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି କ୍ରମରେ ଆଜି ୨୮/୧୨ ଗୁରୁବାର ନର୍ଲା ବ୍ଲକ୍ ଅଞ୍ଚଳର ୨୦୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୫ କୋଟି ୭୫ ଲକ୍ଷ ୪୨୦୦୦ ଟଙ୍କା ଋଣ ପ୍ରଦାନ କରାଯାଇଛି । ନର୍ଲା ବ୍ଲକ ର ସମ୍ମେଳନ କକ୍ଷରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଏକ କାର୍ଯ୍ୟକ୍ରମ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ ଜଗଜୀବନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଆମ୍ରିତ ପାଢ଼ୀ, ଆଇସିଡିଏସ ସୁପରଭାଇଜର ସସ୍ମିତା ପଟ୍ଟନାୟକ, କୁନ୍ତଳା କୁମାରୀ ନାଗ, ନର୍ଲା ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ, ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ, ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ ର ଫିଲ୍ଡ ଅଫିସର ପ୍ରମୁଖ ମଞ୍ଚାସୀନ ରହି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଉଥିବା ଋଣ ଏବଂ ଏହାର ସଦ୍ ବିନିଯୋଗ ବିଷୟରେ ଆଲୋଚନା କରି ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ନର୍ଲା ବିଡିଓ ଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିପିସି ମିଶନ ଶକ୍ତି ସଂଯୋଜକ ରୋହିତ କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରତିପାଦନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନର୍ଲା ମିଶନ ଶକ୍ତିର ସଭାନେତ୍ରୀ ସଙ୍ଗୀତା ଭୋଇ ଓ ସମ୍ପାଦିକା ବିନ୍ଦୁ ଲତା ସାମଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନର୍ଲା ବ୍ଲକ୍ ଅଧିନସ୍ଥ ୨୦୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୫ ଶହ ରୁ ଉର୍ଦ୍ଧ୍ବ ମହିଳା ସଦସ୍ୟା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆନ୍ୟୁନ ୨ ଲକ୍ଷ ଟଙ୍କା ଓ କେତେଗୋଟି ଗୋଷ୍ଠୀଙ୍କୁ ୭ ଓ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି । ସର୍ଗିଗୁଡ଼ାର ମା ଅମ୍ବେ ସ୍ୱୟଂ ସହାୟକ ଗୋଷ୍ଠୀକୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଅଞ୍ଚଳର ସମସ୍ତ ବ୍ୟାଙ୍କର ପ୍ରତିନିଧି, ବିପିଏସିଏ ପୂର୍ଣ୍ଣଚନ୍ଦ୍ର ବୁଦ୍ଧିଆ, ନର୍ଲା ଆଇସିଡିଏସ୍ ର ଚୈତନ୍ୟ ସାହୁଙ୍କ ସମେତ ସମସ୍ତ ଆଇସିଡିଏସ୍ କର୍ମଚାରୀ, ସମସ୍ତ ଗ୍ରାମ ପଞ୍ଚାୟତର ମାଷ୍ଟର ବୁକ୍ କିପର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଂଚାୟତର ନିର୍ବାଚିତ ଲୋକ ପ୍ରତିନିଧି ମାନେ ମଧ୍ୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଶେଷରେ ବିପିସି ମିସନ ଶକ୍ତି ଶ୍ରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.