ଫକୀରମୋହନ ସାହିତ୍ଯ ପରିଷଦ ପକ୍ଷରୁ ୩୦ରେ ହେବ ନବବର୍ଷ ଗଳ୍ପୋତ୍ସବ

୬ ଜଣ ନିମନ୍ତ୍ରିତ ଗାଳ୍ପିକ ପାଠ କରିବେ ସ୍ଵରଚିତ ଗଳ୍ପ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ଯ ପରିଷଦ ନୂଆବର୍ଷ ଅବକାଶରେ ଆଗାମୀ ୩୦ ତାରିଖ ଶନିବାର ସନ୍ଧ୍ୟାରେ ଶାନ୍ତିକାନନ ପରିସରରେ ଆୟୋଜନ କରୁଛି ‘ନବବର୍ଷ ଗଳ୍ପୋତ୍ସବ’। ଏହି ଗଳ୍ପୋତ୍ସବରେ ବାଲେଶ୍ଵରର ୬ ଜଣ ଅତିଥି ଗାଳ୍ପିକ ଯୋଗ ଦେଇ ସେମାନଙ୍କ ଗଳ୍ପ ପାଠ କରିବେ। ପରିଷଦ ପକ୍ଷରୁ ଏଥିପାଇଁ ଯେଉଁ ଗାଳ୍ପିକ ମାନଙ୍କୁ ଚୟନ କରାଯାଇଛି ସେମାନେ ହେଲେ ଉଦୟ ନାରାୟଣ ଦାସ, ଗଙ୍ଗାଧର ବିଶ୍ଵାଳ, ପ୍ରଶାନ୍ତ ଦାସ, ଅଞ୍ଜନ ଚାନ୍ଦ, କୃଷ୍ଣ କୁମାର ମହାନ୍ତି ଏବଂ ସ୍ମୃତି ଦାସ। ଏହି ଗଳ୍ପୋତ୍ସବରେ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିବେ। ପଠିତ ଗଳ୍ପ ଗୁଡ଼ିକୁ ଆଲୋଚନା କରିବେ ଆଲୋଚକ ଶିରୀଶ ଚନ୍ଦ୍ର ଜେନା। ଗାଳ୍ପିକ ନିବାରଣ ଜେନାଙ୍କ ସଞ୍ଚାଳନାରେ ହେବାକୁ ଥିବା ଏହି ଆସରରେ ପ୍ରାକ୍ କଥନ ରଖିବେ ପରିଷଦର ସମ୍ପାଦକ ଦୀପକ ବୋଷ। ଏହି ଅବସରରେ ନିମନ୍ତ୍ରିତ ଅତିଥି ଗାଳ୍ପିକ ମାନଙ୍କୁ ପରିଷଦ ପକ୍ଷରୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.