ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ହୋଟେଲ୍ କସ୍ତୁରୀ ଠାରେ ଦଳ ର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଅତିଥିମାନେ କଂଗ୍ରେସ ଦଳ ର ସ୍ଵର୍ଣ୍ଣିମ ଇତିହାସ ବିଷୟରେ ଆଲୋକପାତ କରି ଦେଶ ଗଠନରେ କଂଗ୍ରେସ ଦଳର ତ୍ୟାଗ ଓ ବଳିଦାନର ବିଷୟ ଉପରେ ମତ ରଖିଥିଲେ। ଆଜିର ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୌରୀଶ୍ୟାମ ପଣ୍ଡା, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ମାଧବ କୁମ୍ଭାର, ସୁଧିର କୁମାର ପଣ୍ଡା, ବସନ୍ତ ମହାକୁଡ, ପ୍ରଦୀପ ସେଠୀ, ରବିନ୍ଦ୍ର ହୋତା, ପ୍ରଭୁଦତ୍ତ ବସ୍ତିଆ, ସୁଦର୍ଶନ ପଣ୍ଡା, ରାଜୁ ମେହେର, ଶେଷଦେବ ମେହେର, ରାଜେଶ ମିଶ୍ର, ଭରତ ଜେନା, ଲକ୍ଷ୍ମଣ ସୁନା, ନରେନ୍ଦ୍ର ସାହୁ, ସୁରୁ ମହାକୁଡ, ହୃଷିକେଶ କର୍ଣ ପ୍ରମୁଖ ଯୋଗଦାନ କରିଥିଲେ।





